କଟକ(ଏଟିଆର ବ୍ୟୁରୋ):କଟକ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କ ହତ୍ୟା ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ପୋଲିସ ସେମାନଙ୍କୁ ଏପରି ଏକ ସ୍ଥାନରେ ରଖିଛି ଯେଉଁଠାରେ କାହାରି ସନ୍ଦାନ ନାହିଁ ।ଏଭଳି ଏକ ସ୍ଥାନରେ ରଖି ପୋଲିସ ୪ ଅଭିଯୁ୍କ୍ତଙ୍କୁ ପଚରାଉଚାର କରିଛି ।
୨ ତାରିଖ ବିଳମ୍ବିତ ରାତିରେ କୁଳମଣିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଓ ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କମଳମଣିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ଆସନ୍ତାକାଲିଠାରୁ ରାଜ୍ୟର ସବୁ ଏସପି ଅଫିସ ଓ ୮ ତାରିଖରେ ଡିଜି ଅଫିସ ଘେରାଉ କରିବା ପାଇଁ ଦଳ ପକ୍ଷରୁ ଯୋଜନା କରାଯାଇଛି ।ଆଜି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଆଇନ ମନ୍ତ୍ରୀଙ୍କ ବାସଭବନ ମଧ୍ୟ ଘେରାଇ କରାଯିବ । ତେବେ ବିଜେପି ପକ୍ଷରୁ ଏହି ଆନ୍ଦୋଳନ ଜୋରଦାର ରହିବ ବୋଲି କୁହାଯାଇଛି ।