ଅସ୍ତରଙ୍ଗ (ଏଟିଆର ବ୍ୟୁରୋ); ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ଛାତ୍ର ଛାତ୍ରୀ ପିକନିକ ପାଇଁ ଅସ୍ତରଙ୍ଗ ଜାହାନିଆ ଆସିଥିଲେ । ପୀର ନିକଟ ସମୂଦ୍ରରେ ଗାଧୋଉଥିବା ବେଳେ ସମୁଦ୍ର ଲହଡିରେ ୬ ଜଣ ଛାତ୍ର ଭାସି ଯାଇଥିଲେ । ତେବେ ଏମାନେ ଜୋର ପାଟି କରି ଚିଲାଇଥିଲେ । ପାଟି ଶୁଣି ସ୍ଥାନୀୟ ଲୋକ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଥିଲେ । ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଉ ଦୁଇ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି ।
ଉଦ୍ଧାର ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଦୁହିଁଙ୍କୁ ସ୍ଥାନୀୟ ଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ଭାସି ଯାଇଥିବା ୨ ଛାତ୍ରଙ୍କୁ ଖୋଜା ଖୋଜି କରୁଛନ୍ତି ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀ । ପୋଲିସ କବର ପାଇ ଘଟଣାସ୍ଥଳରେ ମଧ୍ୟ ପହଁଞ୍ଚି ଥିବା ଦେଖିବାକୁ ମିଳିଛି ।