ଝାରସୁଗୁଡା (ଏଟିଆର ବ୍ୟୁରୋ): ଏମିତି ବି ଆସେ ମୃତ୍ୟୁ । ଧାନ ବେଙ୍ଗଳା ମେସିନ୍ ରେ ପଡି ଏକ ଚାରି ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବରଙ୍ଗାମାଲ ଗାଁରେ ଦେଖିବାକୁ ମିଳିଛି ।
ଗାଁରେ ରହୁଥିବା କୃଷ୍ଣଚନ୍ଦ୍ର ଭୋଇ ତାଙ୍କ ବିଲରୁ ଧାନ ଆଣିବା ପରେ ଖଳାରେ ମେସିନ୍ ଯୋଗେ ବେଙ୍ଗଳା ପକାଉଥିଲେ । ସେହି ସମୟରେ ଖଳା ଆଖ ପାଖରେ କୃଷ୍ଣଙ୍କ କୁନି ପୁଅଟି ଖେଳୁଥିଲା । କିନ୍ତୁ କୃଷ୍ଣ ବେଙ୍ଗଳା ପକାଇବାରେ ବ୍ୟସ୍ତ ରହିଯିବା ଫଳରେ ପୁଅ ଖେଳୁ ଖେଳୁ ଅଚାନକ୍ ମେସିନ୍ ଭିତରେ ପସିଯାଇଥିଲା । ତାକୁ ଗୁରୁତର ଅବସ୍ଥାରେ ମେସିନ୍ ରୁ ବାହାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।