ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନୂଆ ଆଇନ ଲାଗୁ ହେଲା ଦିନ ଠାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କୁ କାଗଜ ପତ୍ର ଠିକ କରିବାକୁ ସମୟ ନ ଦେଇ ଏମିତି ହଠାତ ଆଇନ ଲାଗୁ କରାଯାଇଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି । ଯାହାର ବାସ୍ତବ ପ୍ରତିଫଳନ କାଲି ଦେଖିବାକୁ ମିଳିଥିଲା ଭୁବନେଶ୍ୱର ରାଜମହଲ ଛକରେ । ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆଞ୍ଚଳିିକ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ହେଲପ ଡେସ୍କ ଖୋଲା ଯାଇଛି ।
dକିଭଳି ସାଧାରଣ ଲୋକେ ଶିଘ୍ର ଲାଇସେନ୍ସ ପାଇବେ । ଲାଇସେନ୍ସ କିଭଳି ନବୀକରଣ ହେବ ସେ ନେଇ ସମସ୍ତ ସୁବିଧା ଅସୁବିଧା ଲୋକମାନେ ହେଲପ ଡେସ୍କରୁ ବୁଝିବେ । ସାଧାରଣ ଲୋକଙ୍କ ସୁବିଧା ପାଇଁ ଲୋକମାନେ ଟୋଲ ଫ୍ରି ନଂ- ୧୮୦୦୩୪୫୧୦୭୩ ରେ କଲ କରି ନିିଜ ସମସ୍ୟା ବିଷୟରେ ପଚାରି ବୁଝି ପାରିବେ । ସକାଳ ୮ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିଭଳି ଏଣିକି ଦୁର୍ଘଟଣାରେ ଆହତ ହେଉଥିବା ବ୍ୟକ୍ତିଙ୍କ ମେଡିକାଲ ଖର୍ଚ୍ଚ ସରକାର ବହନ କରିବେ । ଏ ସମସ୍ତ ଖର୍ଚ୍ଚ ରାସ୍ତା ସୁରକ୍ଷା ପାଣ୍ଠିରୁ ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି ।
ଉଭୟ ସରକାରୀ ଓ ବେସରକାରୀ ହସପିଟାଲରେ ଏହି ସୁବିଧା ଆହତ ମାନଙ୍କୁ ଯୋଗାଇ ଦିଆଯିବ । ପ୍ରଥମ ୪୮ ଘଣ୍ଟା ଅହତ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦଫାରେ କଟକ ଭୁବନେଶ୍ୱରର ଘରୋଇ ହସପିଟାଲରେ ଏହି ସୁବିଧା ଉପଲବ୍ଧ ହେବ । ପରେ ଅନ୍ୟ ସବୁ ବଡବଡ ସହରର ଘରୋଇ ହସପିଟାଲରେ ଏହି ସୁବିଧା ଦିଆଯିବ ।