ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦୁଇଦିନ ପରେ ସାରା ଦେଶ ପାଳିବ ସ୍ୱାଧଡ଼ାୀନତା ଦିବସ । ଯାହାକୁ ନେଇ ଏବେ ପୁରା ଦେଶ ଚଳଚଞ୍ଚଳ ହୋଇ ପଡିଛି । ଆମେ ସମସ୍ତେ ଜାଣିଛେ ଭାରତକୁ ସ୍ୱାଧୀନତା ଦେବା ପଛରେ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ ଙ୍କ ମହାପୁରୁଷଙ୍କ ଅବଦାନ ଯଥେଷ୍ଟ । କାରଣ ସେହି ମହାପୁରୁଷ ମାନଙ୍କ ଅବଦାନ ପାଇଁ ଆମେ ନିଜକୁ ସ୍ୱାଧୀନ ବୋଲି କହୁଛେ । ତେବେ ଏହି ସ୍ୱାଧୀନତା ପଛରେ ଆମ ଓଡିଶାର ମଧ୍ୟ ବହୁ ସ୍ୱାଧୀନତା ସଂଗ୍ରମୀଙ୍କ ଅବଦାନ ରହିଛି । ଯାହାଙ୍କ ଅବଦାନ ଓ ତ୍ୟାଗ ବିଷୟରେ ଆଜି ବି ଅନେକ ଲୋକ ଜାଣି ନାହାନ୍ତି ।
ସେମିତି ଜଣେ ସ୍ୱାଧୀତା ସଂଗ୍ରାମୀ ହେଉଛନ୍ତି ଚକରା ବିଷୋୟୀ । ଗଞ୍ଜାମ ଜିଲ୍ଲାର ଘୁସୁପୁର ଗ୍ରାମରେ ୧୮୨୩ ମସିହା ଶାମ୍ବଦଶମୀ ଦିନରେ ଜନ୍ମ ନିଅନ୍ତି ଚକରା ବିଷୋୟୀ । ଓଡିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଷୋୟୀ ଅନ୍ୟତମ । ଯିଏ କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ “ କନ୍ଧ ମେଳି’ ଜରିଆରେ ସେ ଲୋକଙ୍କୁ ଫିରିଙ୍ଗି ମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ।
ଶେଷରେ ଇଂରେଜ ମାନଙ୍କ ହାତରେ ଧରାପଡି ପ୍ରାଣ ହରାଇଥିଲେ । ୧୮୪୨ରୁ ୧୮୫୬ ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଧରି ସେ ସଂଗ୍ରାମ କରିଥିଲେ । ଚକରା ବିଷୋୟୀଙ୍କ ବରୋଧ ଏତେ ଶକ୍ତିଶାଳୀ ଥିଲା ଯେ ଶେଷରେ ବ୍ରିଟିସ ସରକାର ତାଙ୍କ ସହିତ ସନ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ସେତେବେଳେ ଗୋଟିଏ କଥା କହିଥିଲେ “ ମୁଁ ଆଉ କିଛି ଚାହେଁନା , ମୁଁ ଚାହେଁ ମୋ ଜନ୍ମ ମାଟିର ମୁକ୍ତି’’ ଯାହା ପଳରେ ସେ ବ୍ରିଟିସଙ୍କ ଆକ୍ରୋଶର ଶୀକାର ହୋଇଥିଲେ । ଇତିହାସ କହେ ୧୮୫୭ ମସିହା ସିପାହୀ ବିଦ୍ରୋହ ବେଳେ ହିଁ ଇଂରେଜ ମାନଙ୍କ ହାତରେ ଧରା ପଡି ସେ ପ୍ରାଣ ହରାଇଥିଲେ ।