ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଚାଲିଛି ପାର୍ବଣର ଋତୁ । ଜଗତ ଜନନୀ ମା ଦୁର୍ଗାଙ୍କ ପରେ ଆଜି ଧରାପୃଷ୍ଠରେ ଅବତରଣ କରିବେ ସାଗର ନନ୍ଦିନୀ ବିଷ୍ଣୁଙ୍କ ଘରଣୀ ଧନଦାତ୍ରୀ ମା ଲକ୍ଷ୍ମୀ । ମା ଆଗମନରେ ପାଇଁ ଉତ୍ସବ ମୁଖର ହୋଇଉଠିଛି ଗାଁ ଠାରୁ ସହର । ସବୁ ପୂଜା ମଣ୍ଡପ ହୋଇଛି ବ୍ୟାପକ ପ୍ରସ୍ତୁତି । ତ୍ୱରଣ ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକରେ ସଜା ସଜି ହୋଇଛି ସବୁ ପୂଜା ପେଣ୍ଡାଲ ।
ଗଜ ଲକ୍ଷ୍ମୀ ପୂଜା ପାଇଁ ଓଡିଶାରେ ପ୍ରସିଦ୍ଧ ଢ଼େଙ୍କାନାଳ । ଏଥର ଢ଼େଙ୍କାନାଳରେ ୩୮ଟି ମଣ୍ଡପ ଏବଂ କେନ୍ଦ୍ରାପଡା ସହରରେ ସର୍ବାଧିକ ୭୦ଟି ଜାଗାରେ ପୂଜା ପାଇବେ ମା ଲକ୍ଷ୍ମୀ । କେନ୍ଦ୍ରାପଡାରେ ୧୧ ଦିନ ଧରି ଧୁମଧାମରେ ଚାଲିବ ଏହି ପର୍ବ । ଏଣୁ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଠିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।