ଢେଙ୍କାନାଳ ( ଏଟିଆର ବ୍ୟୁରୋ): ଆଜି ଆଶ୍ୱିନପକ୍ଷ ପୂର୍ଣ୍ଣମି ତିଥିରେ ଆରମ୍ଭ ହୋଇଛି ମା ଗଜଲକ୍ଷ୍ମୀଙ୍କ ପୂୂଜା । କିମ୍ବଦନ୍ତୀ ଅନୁସାରେ “ମା’ ଲକ୍ଷ୍ମୀ ହେଉଛନ୍ତି ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ । ଏହି ଅବସରରେ ଗତକାଲି ଠାରୁ “ମା”ଙ୍କ ପୂଜା ପାଇଁ ଢେଙ୍କାନାଳରେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସଂନ୍ଧ୍ୟାରେ ମାଙ୍କ ପୂଜା ବଡ ଧୁମ ଧାମରେ ଅନୁଷ୍ଠିତ ହେବ
। ଚଳିତ ବର୍ଷ ସର୍ବମୋଟ ୩୮ ଟ ପୂଜା ମଣ୍ଡପରେ ମାଙ୍କର ପୂଜା ଅନୁଷ୍ଠିତ ହେଉଛି । ସବୁଠାରୁ ଚଳିତ ବର୍ଷ ସବୁଠାରୁ ଆକର୍ଷଣ ହେଉଛି ଏଥର ମାଙ୍କର ୪ ଟି ପୂଜା ମଣ୍ଡପରେ ଚାନ୍ଦି ମେଢ କରାଯାଇଛି । ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଲାଇଟରେ ଝଲସୁଛି ସହର । ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତି ଶୃଙ୍ଖଳାର ସହିତ ମାଙ୍କୁ ଦର୍ଶନ କରିବେ ଉଭୟ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।