ଗଜପତି(ଏଟିଆର ବ୍ୟୁରୋ):- ପାରିବାରିକ କଳହ ଦ୍ୱାରା ମଣିଷ ତାର ହିତାହିତ ଜ୍ଞାନକୁ ଏମିତି ଭୁଲାଇ ଦିଏଯେ ସେ କିଭଳି କ୍ରୋଧରେ ଆସି ନିଜର ଜନ୍ମ କଲା ମାତା ପିତାଙ୍କୁ ମାରିବାକୁ ମଧ୍ୟ ପଛାଇ ନଥାଏ । ସେହିଭଳି ଏକ ହୃଦୟବିଦାରକ ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରୀ ପ˚ଚାୟତ ପେଜପାଣି ଗ୍ରାମରେ ଦେଖିବାକୁ ମିଳିଛି।
ମୃତୁବରଣ କରିଥିବା ବ୍ୟକ୍ତିଙ୍କ ନାମ ଦୁର୍ମ୍ନ ଶବର ତାଙ୍କର ୨ ଜଣ ସ୍ତ୍ରୀ ଅଛନ୍ତି । ପ୍ରଥମ ପତ୍ନୀଙ୍କ ନାମ ଲୁହୁରୀ ଓ ଦ୍ୱିତୀୟ ପତ୍ନୀଙ୍କ ନାମ ପୁଷ୍ପାଞଳୀ । ପ୍ରଥମ ପତ୍ନୀଙ୍କ ୨ ଝିଅ, ୩ ପୁଅ ଥିବାବେଳେ, ଦ୍ୱିତୀୟ ପତ୍ନୀଙ୍କ ପୁଅଟିଏ ଅଛି । ସୁଚନା ମୁତାବକ ଶବରର ଦୁଇ ପତ୍ନୀଙ୍କ ମଧ୍ୟରେ କଳି ଲାଗିରହୁଥିଲା ।
ଗତକାଲି ମଧ୍ୟ ତାଙ୍କ ମଧ୍ୟରେ ଝଗଡା ହୋଇଥିଲା ଝଗଡା ପରେ ଲୁହୁରୀକୁ ସେମାନେ ଗ୍ରାମକୁ ଆସି ଦୁର୍ମୁନ ଓ ପୁଷ୍ପାଞଳୀକୁ ଧମକ ଦେବା ସହିତ ଦୁଆରବନ୍ଧକୁ କାତିରେ ହାଣିଦେଇ ଯାଇଥିଲେ ଏବଂ ମାଡ ମଧ୍ୟ ମାରିଥିଲେ । ପରେ ଲୁହୁରୀ ସମସ୍ତ କଥା ତାଙ୍କ ବଡ ପୁଅଙ୍କୁ କହିବା ପରେ ବଡ ପୁଅ କ୍ରୋଧରେ ଯାଇ ଦୁର୍ମୁନଙ୍କ ୁ ଆକ୍ରମଣ କରି କୁରାଢୀରେ ଚୋଟ ପକାଇଥିଲେ ଯାହା ଫଳରେ ଦୁର୍ମୁନଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପରେ ମୋହନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଦୁର୍ମୁନଙ୍କ ଶବ ଉଦ୍ଧାର କରିଥିଲା