ପୁରୀ ( ଏଟିଆର ବ୍ୟୁରୋ): ପୁରୀ ଗଜପତି ଦିବ୍ୟ ସିଂହ ଦେବ କ୍ୱାରେଣ୍ଟାଇନରେ ରହିଛନ୍ତି । ନିଜେ ରେଜିଷ୍ଟ୍ରେସନ କରି ସପରିବାର ଭୁବନେଶ୍ୱର ଘରେ କ୍ୱାରେଣ୍ଟାଇନରେ ରହିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଆମେରିକା ଗସ୍ତ କରି ସପରିବାର ଗତ ୧୫ ତାରିଖରେ ଭାରତ ଫେରିଥିଲେ ଗଜପତି । କ୍ୱାରେଣ୍ଟାଇନରେ ରହିବା ନେଇ ଆଜି ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଗଜପତି ଅନଲାିନରେ ରେଜିଷ୍ଟ୍ରେସନ କରିବା ପରେ କ୍ୱାରେଣ୍ଟାଇନରେ ରହିଛନ୍ତି । ସୂଚନାଯୋଗ୍ୟ ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟାର ମହଲତ ଦେଇଛନ୍ତି ସରକାର । ଯେଉଁମାନେ ସରକାରଙ୍କ ଏହି ନିୟମକୁ ସଠିକ ଭାବେ ପାଳନ କରିବେ ସରକାରଙ୍କ ପକ୍ଷରୁ ତାଙ୍କୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଆଉ ଯେଉଁମାନେ ରେଜିଷ୍ଟ୍ରେସନ କରି ସେମାନଙ୍କ ତଥ୍ୟ ନଦେବେ ସେମାନଙ୍କ ନାମରେ ଫୌଜଦାରୀ ମାମଲା ରୁଜ୍ଜୁ କରାଯିବ । ନିଶୁଳ୍କ ନଂ ୧୦୪ କୁ କଲ କରି ରେଜିଷ୍ଟେସନ କରି ପାରିବେ ।