ସୁନ୍ଦରଗଡ( ଏଟିଆର ବ୍ୟୁରୋ): ପୁଣି ସୁନ୍ଦରଗଡରେ ଲଜ୍ଜା । ସୁନ୍ଦରଗଡ ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ସୂଚନା ଅନୁସାରେ ୮ ରୁ ୧୦ ଜଣ ଯୁବକ ଜଣେ ନାବାଳିକାକୁ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଗତ ୮ ତାରିଖରେ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଲୋକେ । ଏହି ମାମଲାରେ ପୋଲିସ୍ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ପୁଣିଥରେ ରାଜ୍ୟରେ ବଢୁଥିବା ନାବାଳକା ଦୁଷ୍କର୍ମକୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିରୋଧ କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ ।
ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ନାରାବାଜି ସହ ହୋହଲ୍ଲା କରୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ନାରାବାଜି କରିଥିଲେ । ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ।
।