ପାରାଦ୍ୱୀପ(ଏଟିଆର ବ୍ୟୁରୋ): ପାରାଦ୍ୱୀପରେ ଜଣେ ଯୁବତୀଙ୍କ ଗଣଦୁଷ୍ମର୍ମ କରାଯାଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗତକାଲି ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଦୋଷୀଙ୍କୁ ଫାଶୀ ହୋଇଛି । ତେବେ ୨୪ ଘଣ୍ଟା ନ ପୁରୂଣୁ ପରାଦ୍ୱୀପରେ ଏକ ଗଣ ଦୁଷ୍କର୍ମ ଆଭିଯୋଗ ହୋଇଛି । ସୂଚନା ଅନୁସାରେ ବାଲିକୁଦା ବନ୍ଦର ଥାନା ଅନ୍ତର୍ଗତ ମରିଚିପୁରରେ ଜଣେ ଯୁବତୀଙ୍କୁ ଦୁଷ୍ମର୍ମ ହୋଇଛି । ଗତକାଲି ସଂନ୍ଧ୍ୟାରେ ପିଡୀତା ଜଣଙ୍କ ସିଲେଇ କରିବା ପାଇଁ ମରିଚିପୁରର ବଜାର ଯାଇଥିଲେ ।
ସିଲେଇ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ପିଡୀତାଙ୍କ ଦୁଇ ଜଣ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ଏନେଇ ପିଡୀତାଙ୍କ ମା ଆଜି ବାଲିକୁଦା ବନ୍ଦର ଥାନାରେ ଅଭିଯୋଗ କରିଛନ୍ତି । ଦୁଷ୍କର୍ମ କରିଥିବା ଯୁବକଙ୍କ ପରିଚୟ ମିଳିଛି । ଜିତୁନି ବେହେରା ଓ ତାଙ୍କ ସାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଜଣାଯଡିଛି । ପୋଲିସ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରିଛି । ତେବେ ଜୁତୁନିର ସାଙ୍ଗଙ୍କ ଘର ଅସ୍ତରଙ୍ଗ ଅଞ୍ଚଳରେ ହୋଇଥିବା ଜଣାପଡିଛି ।