କଟକ(ଏଟିଆର ବ୍ୟୁରୋ): ଗତକାଲିଠାରୁ ଫେରାର ହୋଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର । କଟକ ଏସିବିରୁ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ ମାରିଥିବା ହାଇଦରଙ୍କ ପତ୍ତା ମିଳୁନି । ଏନେଇ କଟକ ସହରବାସୀଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି । ହାଇଦରଙ୍କୁ ଖୋଜିବା ପାଇଁ ଏକାଧିକ ସ୍ପୋଶାଲ ସ୍କାର୍ଡ ଗଠନ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ପତ୍ତା ପାଉନି କମିଶନରେଟ ପୋଲିସ ।
ସୂଚନାସାରେ ସମ୍ବଲପୁର ମଣ୍ଡଳ କାରାଗରରାରେ ସଜା କାଟୁଥିବା ହାଇଦରଙ୍କୁ ଏକାଧିକ ବାର ସ୍ୱାସ୍ଥ୍ୟଗତହେବା କାରଣରୁ ତାଙ୍କୁ ଚିକିତ୍ସା କରିବା ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ହାଇଦର ଡାକ୍ତର ଓ ସୁରକ୍ଷାକର୍ମୀ ମାନଙ୍କୁ ବେହୋସ କରାଇ ଫେରାର ହୋଇଯାଇଥିଲା । ୨୦୦୯ର ଗ୍ୟାଙ୍ଗଷ୍ଟାର ହାଇଦର ସୁଲେମାନ ହତ୍ୟା ମାମଲାରେ ଜେଲରେ ରହିଥିବା ଜଣାପଡିଛି ।
ତେବେ ଅନ୍ୟପଟେ ଗତକାଲି ହାଇଦର ଫେରାର ହେବା ପରେ କଟକ ଡିସିପି ପ୍ରତୀକ ସିଂହଙ୍କ କାର୍ଯ୍ୟାଳୟରେ ଏକ ବେଢଠକ ବସିଥିଲା । ଯେଉଁଥିରେ ପୋଲି କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶନଙ୍କ ଅଧ୍ୟକ୍ଷତାରେ ବଛା ବଛା ପୋଲିସ ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି ।ହାଇଦର ଫେରାର ହେବା ପରେ ଏବେ ପୁଣି କାହାକୁ ଯେ ହତ୍ୟା କରିବ ସେ ନେଇ କଟକ ସହରରେ ଭୟର ବାତାବରଣ ରହିଛି । ଏନେଇ ପୋଲିସ କଟକ ଭିତରକୁ ଆସୁଥିବା ଗାଡି ଓ ବାହାରକୁ ଯାଉଥିବା ସବୁ ଗାଡିର ସର୍ଚ୍ଚ ଅପରେସନ ଜାରି ରଖିଛି । ଏଭଳି ହାଇଆଲର୍ଟ ଭିତରେ ଯଥା ହାଇଦର ଯେଉଁଠି ଥାଉ ନା କାହିଁ ତାକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।