ଭୁବନେଶ୍ୱର(ଏଟିଆର ବ୍ୟୁରୋ): କୁଖ୍ୟାତ ଗ୍ୟାଙ୍ଗଷ୍ଠାର ହାଇଦରକୁ ନେଇ ଆସିଛି ଏକ ବଡ ଖବର । ଗ୍ୟାଙ୍ଗଷ୍ଟାର ହାଇଦର କରୋନା ପଜିଟିଭ ହେବା ପରେ ପୋଲିସ ପାଇଁ ଚିନ୍ତା ବଢିଯାଇଛି । ଜତକାଲି କୋର୍ଟ ଚାଲଣା କରିବା ପୂର୍ବରୁ ହାଇଦରର ଆରଟିପିସିଆର ଟେଷ୍ଟ କରାଯାଇଥିଲା ।ଯେଉଁଥିରେ ହାଇଦରର କରୋନା ପଜିଟିଭ ଚିହ୍ନଟ ହୋଇଥିବା କଥା କଟକ ଟିସିପି ପ୍ରତୀକ ସିଂହ ସୂଚନା ଦେଇଛନନ୍ତି ।
ହାଇଦର କରୋନା ପଜିଟଭ ଚିହ୍ନଟ ହେବା ପରେ ପୋଲିସ ପକ୍ଷରୁ ଏକ ଭୟ ସୃଷ୍ଟି ହୋଇଛି । ହାଇଦରକୁ ଧରିବାରେ ସାହାର୍ଯ କରିଥିବା ପୋଲିସ ଟିମକୁ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ କରୋନା ପଜିଟିଭ ଚିହ୍ନଟ ହେବା ପରେ ହାଇଦରର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି । ଏନେଇ କଟକ ମଙ୍ଗଳାବାଗ ପୁଲିସ ହାଇଦରଙ୍କୁ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥାନ୍ତା ।
ହାଇଦର କରୋନା ପଜିଟିଭ ଜାଣିବା ପରେ ତାକୁ ଚୈାଦ୍ୱାର ଜେଲରେ ଆଇସୋଲେସନ ୱାର୍ଡରେ ରଖାଯାଇଛି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି । ସେହିପରି ତାକୁ ଗିରଫ କରିଥିବା ଆଇଆଇସି ରଶ୍ମୀ ମହାପାତ୍ର ସମତେ ଆଉ କିଛି ପୋଲିସ କର୍ମଚାରୀ ମଧ୍ୟ ଆଇସୋଲେସନରେ ରହିଛନ୍ତି ।
ଆଇସୋଲେସନ ସମୟ ଅବଧି ସରିଲେ ରାମାଣ୍ଡ ପାଇଁ ପୋଲିସ ଆବେଦନ କରିବ । ଏନେଇ ଆଜି କୋର୍ଟଙ୍କୁ ଅବଗତ କରିବ କମିସନରେଟ ପୋଲିସ । ହାଇଦରର ସ୍ୱାସ୍ଥ୍ୟମସ୍ଥା ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି ।