କୋଲକତା(ଏଟିଆର ବ୍ୟୁରୋ):ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୈାରଭ ଗାଙ୍ଗୁଲି ରବିବାର ଆପୋଲେ ହସ୍ପିଟାଲରୁ ଡିସଚାର୍ଜ ହେବେ । ତାଙ୍କ ଛାତିରେ ଯନ୍ତ୍ରଣା ହେବା କାରଣରୁ ଗୁରୁବାର ଆପୋଲୋରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯିବା ସହ ୨ ଟି ଷ୍ଟେଣ୍ଟ ଲଗାଯାଇଥିଲା । ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ଡାକ୍ତରମାନେ ସୂଜନା ଦେଇଛନ୍ତି ।
ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାରୁ ତାଙ୍କୁ ଆଇସିୟୁରୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ସେ ଟ୍ରିପଲ ଭେସେଲ ଡିଜିଜ୍ରେ ପୀଡିତ ଅଛନ୍ତି । ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେନଜର ରଖିଛନ୍ତି ପ୍ରଖ୍ୟତ ଡାକ୍ତର ଦେବୀ ସେଟ୍ଟି ଓ ଅଶ୍ୱିନ ମେହେଟ୍ଟା । ଗାଙ୍ଗୁଲିଙ୍କୁ ସାକ୍ଷାତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ୍ ଧନଖଣ୍ଡ ହସ୍ପିଟାଲରେ ପହଞ୍ଚିଥିଲେ ।