ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଗଞ୍ଜାମକୁ ଦିନ ୧୨ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଯଦି କୌଣସି ବ୍ୟକ୍ତିଙ୍କ ଜରୁରୀ ସାମଗ୍ରୀ ଆବଶ୍ୟକ ରହିଛି, ତେବେ ସେମାନଙ୍କୁ ୧୨ ଭିତରେ କାମ ସାରିବାକୁ ପଡିବ । ସେଥିପାଇଁ ଚାଲିକି ଯିବେ, କୌଣସି ଗାଡି ବ୍ୟବହାର କରି ପାରିବେ ନାହିଁ । ଏହାପରେ ଯଦି କୌଣସି ବ୍ୟକ୍ତି ବାହାରେ ବୁଲନ୍ତି ବା ସଟ୍ ଡାଉନ୍ ନିୟମ ଉଲ୍ଲଂଘନ କରନ୍ତି । ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବ । କେବଳ କିଛିଟ ଔଷଧ ଦୋକାନ ଖୋଲା ରହିବ କିନ୍ତୁ ଡାକ୍ତର ଖାନାର ଓପିଡି ବନ୍ଦ ରହିବ । ଯଦି କୌଣସି ବ୍ୟକ୍ତିର ମେଡିକାଲ ଜରୁରୀ ଜାଣିବାକୁ ଅଛି । ତେବେ ସେମାନଙ୍କୁ ଫୋନ୍ ଡାକ୍ତରଙ୍କୁ ପରାମର୍ଶ କରିବାକୁ ପଡିବ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି ।
ଏହାପୂର୍ବରୁ ଗତକାଲିଠାରୁ ଭୁବନେଶ୍ୱର, କଟକ ଏବଂ ଭଦ୍ରକକୁ ୪୮ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହି ନିୟମ ଖୁବ୍ କଡା କଡା ଭାବେ ପାଳନ କରାଯାଉଛି । ଏହାସହିତ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।