ରାୟଗଡା (ଏଟିଆର ବ୍ୟୁରୋ); ଗ୍ୟାସ ସିଲିଣ୍ଡର ଫାଟି ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ପାଉଁଶ ହୋଇ ଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତି । ଆସବାବ ପତ୍ରଠାରୁ ଆରମ୍ଭ କରି ଟଙ୍କା ପଇସା ସବୁ ହୋଇ ଯାଇଛି ଭଷ୍ମୀଭୂତ । ତେବେ ଅଳ୍ପକେ ବର୍ତ୍ତିଲା ୭ ଜଣଙ୍କ ଜୀବନ । ଏହା ବିଦ୍ୟୁତ ସର୍ଟସର୍କିଟି ପାଇଁ ଏଭଳି ଘଟିଛି ବୋଲି ସୂଚନା ମିଳିଛି । ଖବର ପାଇ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ ଜିଲ୍ଲା ରାମାଟକିଜ ନିକଟସ୍ଥ ହରିଜନ ସାହିରେ । ଗାଁର ନୀଳାଚଳ ବିଡିକାଙ୍କ ଘରେ ନିଆଁ ଲାଗିଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ ଗୁରୁବାର ଦିନ ୧୦.୩୦ ବେଳେ ନାଳାଚଳଙ୍କ ଘରେ ନିଆଁ ଲାଗିଥିବା ଦେଖିବା ପରେ ଗାଁ ଲୋକ ଘରେ ଫସି ରହିଥିବା ୭ ଜଣଙ୍କୁ ଉଦ୍ଧାର କରିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ୭ ଜଣଙ୍କ ମଧ୍ୟରେ ଜଣେ ଶାରୀରିକ ବିକଳାଙ୍ଗ ଥିଲେ । ଏମାନଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ରାୟଗଡା ଅଗ୍ନିଶମ ବିଭାଗର ହାବିଲଦାରଙ୍କ ତତ୍ୱାବଧାନରେ ୮ ଜଣ କର୍ମଚାରୀ ଆସି ନିଆଁକୁ ଆୟତ କରିଥିବା ଦେଖିବାକୁ ମିଳିଛି ।