ସମ୍ବଲପୁର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି । ଭୁବନେଶ୍ୱରର ଏକ ଘରୋଇ କଲେଜ ଓ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସମ୍ବଲପୁରରର ଆଉ ଏକ ଘରୋଇ କଲେଜରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଶିକ୍ଷାନୁଷ୍ଠାନର ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।ଏହି ସମୟରେ ଶିକ୍ଷାନୁଷ୍ଠାନର ଅନ୍ୟ କର୍ମଚାରୀମାନଙ୍କର କୋଭିଡ ପରୀକ୍ଷା କରାଯିବ। ଏଥିସହ ଶିକ୍ଷାନୁଷ୍ଠାନର ପରିସରକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଳିଛି।
ତେବେ ସଂକ୍ରମଣ ରୋକିବାକୁ ୩୧ ତାରିଖ ଯାଏଁ କଲେଜ ସଟଡାଉନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।ରାଜ୍ୟରେ ୨୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସଙ୍ଗରୋଧରୁ ୧୨୬ ଓ ୮୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।