କେନ୍ଦୁଝର(ଏଟିଆର ବ୍ୟୁରୋ):ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ମା’ ଘଟଗାଁ ତାରିଣୀ ମନ୍ଦିର ଆସନ୍ତା କାଲି ଖୋଲିବାକୁ ଯାଉଛି ।ମାଙ୍କ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି । ମନ୍ଦିର ଭିତରକୁ ଦର୍ଶନ ପାଇଁ ଜିବା ସମୟରେ ପ୍ରତ୍ୟେକ ଭକ୍ତ ମାସ୍କ ପିନ୍ଧିବା,ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ଉପରେ ଦୃଷ୍ଟି ଦେବା ଆବଶ୍ୟକ ।
ସେହିଭଳି ମାଙ୍କୁ ଦର୍ଶନ କରିବା ପାଇଁ ସକାଳ ୮ ଟାରୁ ୧୨ ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ୩୦ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ କରାଯାଇଛି । ଥରକେ ୨୫ ରୁ ୩୦ ଭକ୍ତଙ୍କ ପାଇଁ ମନ୍ଦର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ । ଏବଂ କୈାଣସି ଭକ୍ତ ପାଦୁକ , ସିନ୍ଦୁର ଓ ଚନ୍ଦନ ଲଗାଇ ପାରିବେ ନାହିଁ ।
ମନ୍ଦିର ଭିତରକୁ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ପ୍ରବେଶ ବାରଣ କରାଯିବା ସହ ମନ୍ଦିର ପରିସରରେ ମାନସିକଧାରୀ ଚୁଳ ସର୍ମପଣ କରିପାରିବେ ନାହିଁ । ଏହି ସବୁ ନିୟମ ମାନି ଭକ୍ତମାନେ ମାଙ୍କ ଦର୍ଶନ କରି ପାରିବେ ବୋଲି ମନ୍ଦର ଟ୍ରଷ୍ଟବୋର୍ଡ ପକ୍ଷରୁ ପ୍ରେସମିଟ ଜରିଆରେ ସୂଚନା ଦିଆଯାଇଛି ।