ଖୋର୍ଦ୍ଧା ( ଏଟିଆର ବ୍ୟୁରୋ): ଜଣେ ଯୁବତୀଙ୍କୁ ରାସ୍ତାକଡରେ ଫିଙ୍ଗିଦେଇ ଚାଲି ଯାଇଛନ୍ତି ଦୁର୍ବୃତ୍ତ । ଏମିତି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ପିଏନ କଲେଜ ସାମ୍ନା ରାଜପଥରେ । ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ଯୂବତୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଗତକାଲି ସନ୍ଧ୍ୟା ୭ ଟା ବେଳେ ଏହି ଘଟଣା ଘଟିଛି । ଖବର ପାଇ ମେଡିକାଲରେ ଖୋର୍ଦ୍ଧା ଏସପି ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ।
ତେବେ ଯୁବତୀଙ୍କ ଅ୍ରଭିଯୋଗ କରିଛନ୍ତି ତାଙ୍କୁ ଦୁଷ୍କର୍ମ କରାଯାଇଛି । ଯୁବତୀ ଯୁବତୀ ଜଣଙ୍କ ଭୁବନେଶ୍ୱରରେ କାମ କରୁଥିବା ଜଣା ପଡିଛି । ସେ କାରରେ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ସହିତ ଖରାପ କାର୍ଯ୍ୟ କରାଯାଇଛି । ଉଦ୍ଧାର ସମୟରେ ଯୁବତୀଙ୍କ ଦେହରେ କ୍ଷତ ଚିହ୍ନ ରହିଥିଲା । ସେ ଆସିଥିବା କାରରେ ୩ ଜଣ ଯୁବକ ଥିବା ସେ କହିଛନ୍ତି । ପୋଲିସ ଏବେ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।