ସୁନ୍ଦରଗଡ ( ଏଟିଆର ବ୍ୟୁରୋ): ସାମାନ୍ୟ ଗୋଟେ କୁକୁଡା ପାଇଁ ଗଲା ନାବାଳିକା ଜୀବନ । କୁକୁଡାକୁ ବିଷ ଦେଇ ମାରି ଦିଆଯାଇଥିବା ଅଭିଯୋଗ ନେଇ ହୋଇଛି ଏହି ହତ୍ୟାକାଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭରପଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଏକା ସାଙ୍ଗରେ ଅନେକ ଗୁଡିଏ କୁକୁଡା ମରି ଯିବାରୁ କୁକୁଡା ପାଇଁ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା ।ଗତକାଲି ରାତିରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଉତକ୍ଷିପ୍ତ ହୋଇ କାଠ ଫାଳିଆରେ ପିଟି ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁରସାରେ ପଡୋଶୀଙ୍କର ଏକା ସାଙ୍ଗରେ ୭ ଟି କୁକୁଡା ମରିଯିବାରୁ ସେମାନେ ଅଭିଯୁକ୍ତ ସମୀରଙ୍କ ପରିବାରକୁ ଦାୟୀ କରିଥିଲେ । ଯାହା ଫଳରେ ବିବାଦ ହୋଇଥିଲା । ମୃତକଙ୍କ ନାଁ ରୋଶନି ଡୁଙ୍ଗଡୁଙ୍ଗ। ଅଭିଯୁକ୍ତ ନାଁ ସମୀର ଡୁଙ୍ଗଡୁଙ୍ଗ। ରୋଶନିଙ୍କ ପରିବାର ସମୀରଙ୍କ ପରିବାର ଲୋକଙ୍କୁ ଦାୟୀ କରି ସେମାନଙ୍କ ପରିବାର ଉପରକୁ ରୋଶନିଙ୍କ ପରିବାର ଆକ୍ରମଣ କରିଥିଲେ ।
ଏହାର ପ୍ରତିଶୋଧ ନେବାକୁ ଯାଇ ସମୀର ଗତକାଲି ସନ୍ଧ୍ୟାରେ ଏକ କାଠ ଫାଳିଆରେ ରୋଶନିଙ୍କ ପରିବାର ଉପରେ ଆକ୍ରମଣ କରିଥିଲ ।ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଆର୍ ଜିଏଚ୍ ନିଆଯାଇଥିଲେ ବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ଡାକ୍ତର ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି ।