ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଞ୍ଚଭୂତରେ ବିଲୀନ ହେଲେ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା । ନୂଆଦିଲ୍ଲୀ ସ୍ଥିତ ଲୋଧିରୋଡ ଶ୍ମାଶନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁଅ ଆଦିତ୍ୟ ମେହେଟ୍ଟା ମୁଖାଗ୍ନ ଦେଇଛନ୍ତି । ଭଉଣୀଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ଗତକାଲି ଦିଲ୍ଲୀରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶନିବାର ରାତିରେ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରସିଦ୍ଧ ଲେଖିକା ଗୀତା ମେହେଟାଙ୍କ ପରଲୋକ ହୋଇଥିଲା ।