ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମାଲିକ ହେବ ତ ଏପରି ।ଜିଏ ନିଜ କମ୍ପାନୀର ଲାଭ ଭାବିବା ସହ ନିଜ କର୍ମଚାରୀ ମାନଙ୍କ କଥା ବି ଭାବିଥାନ୍ତି ।ଏବଂ କର୍ମଚାରୀଙ୍କ ନିଜ କମ୍ପାନୀର ସେୟାର ମଧ୍ୟ ଦିଅନ୍ତି । ବ୍ରିଟେନର ଜଣେ ବ୍ୟବସାୟାଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି । ଏହି ବ୍ୟବସାୟ ଜଣକ ଯେତେବେଳେ ନିଜ କମ୍ପାନୀର ଶେୟାର କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ଦେଲେ ସେତେବେଳେ କମ୍ପାନୀର ବହୁତ ଲାଭ ହେଲା ।
ଏହି କମ୍ପାନୀର ନାମ ହେଲା “ଦ ହଟ୍ ଗରୁପ” ।ଏହାର ମାଲିକ ହେଉଛନ୍ତି ମ୍ୟାଥ୍ୟୁ ମୋଲଡ଼ିଂ । ମ୍ୟାଥ୍ୟୁ ନିଜ କମ୍ପାନୀର ଲାଭରୁ ୮୩୦ ପାଉଣ୍ଡ ଅର୍ଥାତ୍ ୮୧୮୩ କୋଟି ଟଙ୍କା କର୍ମଚାରୀଙ୍କ ମଧ୍ୟ ରେ ବାଣ୍ଟି ଦେଇଛନ୍ତି । ଏହା ସମସ୍ତ କର୍ମଚାରୀଙ୍କ ପାଇଁ ମୁକ୍ତ ସ୍କିମ୍ ।ଏହି ସ୍ମିମର ଫାଇଦା କର୍ମଚାରୀଙ୍କୁ ମିଳିଛି । ଯାହା କର୍ମଚାରୀ ମାନେ କେବେ ହେଲେ ଭାବି ନଥିବେ ।
କମ୍ପାନୀର ଡ଼୍ରାଇଭର ଠାରୁ ଆରମ୍ଭ କରି ବ୍ୟକ୍ତଗତ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଶେୟାର ଦିଆଯାଇଛି । ମ୍ୟାଥ୍ୟୁଙ୍କୁ ,ଏତେ ପଇସା ମିଳିଛି ଯେ ସେ ୩୬ ବର୍ଷରେ ଅବସର ନେଇପାରିବେ ।ମ୍ୟାଥ୍ୟୁ ୍କହିଛନ୍ତି , ମୁଁ ଚାହୁଥିଲି କମ୍ପାନୀର ଲାଭକୁ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିବି ବୋଲି ।ତେଣୁ ମୁଁ ଏମିତି ଏକ ସ୍ଖିମ୍ ରଖିଦେଲି ।ସମସ୍ତଙ୍କୁ ବହୁତ ପଇସା ମିଳିଛି । ଏହାକୁ କିଛି ଲୋକ ବିରୋଧ ମଧ୍ୟ କରୁଥିଲେ । ମାତ୍ର ମୋର ପୂର୍ଣ୍ଣ ଭରସା ଅଛି କି ଏହି ଶେୟାର ଆହୁରି ଉପରକୁ ଯିବ ।