ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆଜି ଗୁଡ୍ ଫ୍ରାଇଡେ ହୋଇଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଟକଣା ଜାରି କରାଯାଇଛି । ସର୍ବସାଧାରଣ ସ୍ଥାନରେ ଏକାଠି ସମାବେଶକୁ ବାରଣ କରାଯାଇଛି । ବିଭିନ୍ନ ଚର୍ଚ୍ଚମାନଙ୍କରେ ୫୦ ଜଣ ଲୋକଙ୍କୁ ନେଇ ଧାର୍ମିକ ରୀତିନୀତି କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।
ଚର୍ଚ୍ଚରେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବା ପାଇଁ କୁହାଯାଇଛି । ଚର୍ଚ୍ଚ ଭିତରେ ମାସ୍କ ପିନ୍ଧିବା,ସାନିଟାଇଜର ବ୍ରବହାର କରିବା ପାଇର୍ ପରାମର୍ଶ ଦିଆଯାଇଛି । ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କୈାଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନ ନେବାପାଇର୍ ବାରଣ କରାଯାଇଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ କିମ୍ବା ସଟଡାଉନ ଲାଗୁ କରିବେ ବୋଲି କେନ୍ଦ୍ର ସରକାର ପୂର୍ବରୁ ଅନୁମତି ପ୍ରଦାନ କରିଛନ୍ତି । ଗତକାଲି କରୋନା ଗ୍ରାଫ ବଢି ୪୦୦ପାଖାପାଖି ପହଞ୍ଚି ଯାଇଥିଲା । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।