ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମାଟ୍ରିକ ପରୀକ୍ଷାକୁ ଆଉ ୨ମାସ ରହିଥିବା ବେଳେ ପରୀକ୍ଷାର୍ଥୀଙ୍କ ପାଇଁ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ପରାମକର୍ଶ ଦେଇଛନ୍ତି । ଛାତ୍ରଛାତୀଙ୍କୁ ଦୈନିକ ୨୪ ଘଣ୍ଟାରୁ ୧୪ ଘଣ୍ଟା ପରିଶ୍ରମ କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ।
ପରାମର୍ଶ ଅନୁଯାୟୀ ପିଲାମାନେ ଅଧ୍ୟୟନ ପାଇଁ ୪ ଘଣ୍ଟା ଏବଂ ଅବଶିଷ୍ଟ ୬ ଘଣ୍ଟା ଅର୍ଥାତ ରାତି ୧୦ ଟାରୁ ଭୋର ୪ ଟା ପର୍ଯ୍ୟନ୍ତ କିମ୍ବା ରାତି ୧୧ଟାରୁ ଭୋର ୫ ଟା ପର୍ଯ୍ୟନ୍ତ ଶୋଇବା ଉଚିତ ।
ପରୀକ୍ଷା ପାଖେଇ ଆସୁଥିବାରୁ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କୁ ସୂଚନା ପ୍ରଦାନ କରିବାକୁ କୁହାଯାଇଛି । ପିଲାମାନଙ୍କୁ ବିଷୟଗୁଡିକର ଭଏରେ ବୁଝିବା ଏବଂ ପରୀକ୍ଷା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ଦରକାର ।
ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏଭଳି କିଛି ସହଜ ଟିପ୍ସ ବା ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। କରୋନା ମହାମାରୀ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ପ୍ରଥମଥର ଲାଗି ଏଭଳି ପଦକ୍ଷେପ ନିଆଯାଇଛି