ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ସରକାରୀ ଚାକିରୀ କରୁଥିବା ଅଧିକାରୀ ମାନଙ୍କ ପାଇଁ ଦିନକୁ ଦିନ ନୂଆ ନୂଆ ପଦକ୍ଷପ ଗ୍ରହଣ କରୁଛନ୍ତି । ତେବେ ବର୍ତ୍ତମାନ ସରକାରୀ ଚାକିରୀଆଙ୍କ ଛୁଟି ଆବେଦନ ପାଇଁ ରାଜ୍ୟ ସରକାର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏଣିକି ସରକାରୀ ଚାକିରିଆ ମାନେ ଛୁଟିରେ ରହିଲେ ଅନଲାଇନରେ ଦେବେ ଛୁଟିର ଦରଖାସ୍ତ ।
ଆସନ୍ତା ନୂଆବର୍ଷରୁ ଏହି ନିୟମକୁ ସରକାରୀ ଚାକିରୀଆ ମାନଙ୍କ ପାଇଁ ଲାଗୁ କରାଯିବ । ଏହା ସହ ଛୁଟି ମଞ୍ଜୁର କରୁଥିବା ଅଧୀକାରୀ ମାନେ ଅନଲାଇନ ମାଧ୍ୟମରେ ହିଁ ଛୁଟି ମଞ୍ଜୁର କରିବେ । କେଉଁ ଅଧିକାରୀ କେତେ ଦିନ ଛୁଟିରେ ରହିଲେ ତାହାର ସବିଶେଷ ତଥ୍ୟ ଅନଲାଇନରେ ଅର୍ଥାତ ଏଚଆରଏମଏସରେ ରହିବ । ୨୦୨୦ ମାର୍ଚ୍ଚ ୩୧ ତାରିଖ ଠାରୁ ଯେଉଁ ସରକାରୀ ଚାକିରୀଆ ଅବସର ନେବେ ସେମାନଙ୍କୁ ଅବସର ଦିନ ହିଁ ପେନସନ ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏଥିପାଇଁ ଅନଲାଇନରେ ପେନସନ ମଡ୍ୟୁଲ ପ୍ରସ୍ତୁତ ହୋଇଛି ।