ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାରତୀୟ ଶାସ୍ତ୍ରୀୟ ଜଗତର ପ୍ରତିଷ୍ଠିତ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ସଙ୍ଗୀତ ଜଗତ ପ୍ରତି ଅତୁଳନୀୟ ଅବଦାନ ଯୋଗୁଁ ତାଙ୍କ ସ୍ମୃତିରେ ‘ସୁନନ୍ଦା ସମ୍ମାନ ଓ ଚେୟାର’ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ସହ ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଆସନ୍ତାକାଲି ଶୋକସଭା ଆୟୋଜନ କରାଯିବ । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ନିଳିତ ସହଯୋଗରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରଠାରେ ଏହି ଶୋକସଭା ଆୟୋଜନ କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନନ୍ଦା ସମ୍ମାନ ଓ ଚେୟାର’ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କାରିବା ସମୟରେ ସେ କହିଛନ୍ତି, ସଙ୍ଗୀତ ଜଗତ ପ୍ରତି ଡଃ. ସୁନନ୍ଦା ପଟ୍ଟନାୟକ ଅତୁଳନୀୟ ଅବଦାନ ପାଇଁ ତାଙ୍କ ସ୍ମୃତିରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ। ଅନ୍ୟପଟେ ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର ପ୍ରତିଷ୍ଠା କରାଯିବ । ଏହାସହ ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ବାଦ୍ୟ ଯନ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀରେ ସଂରକ୍ଷିତ ରଖିବା ଲାଗି ବ୍ୟବସ୍ଥା କରାଯିବ ।