ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗକୁ ଆସୁଛି ପୂଜା । କିଛି ଦିନ ପରେ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିବ ସାରା ରାଜ୍ୟ । ହେଲେ ଚଳିତ ବର୍ଷର ପୂଜାରେ ମହାମାରୀର ପ୍ରଭାବ ଦେଖିବାକୁ ମିଳିବ । ମହାମାରୀ କାରଣରୁ ଚଳିତ ବର୍ଷର ପୂଜାକୁ ଜାକଜକମରେ ନକରିବା ପାଇଁ ସ୍ଥିତ କରାଯାଇଛି ।
ପ୍ରତିବର୍ଷ ପୂଜା ସମୟରେ ଅଧିକ ଜନ ଗହଳୀ ହୋଇଥାଏ । ହେଲେ ମହାମାରୀ କରୋନା ରାଜ୍ୟରେ ନିଜର କାୟା ବିସ୍ତାର କରି ଚାଲିଥିବା କାରଣରୁ ଭିଡକୁ ଆଡେଇବା ସହ ପରମ୍ପରାକୁ ବଜାଇ ରଖିବା ପାଇଁ ରାଜ୍ୟ ସରକାର ନିଜର ଅଣ୍ଟା ଭିଡିଛନ୍ତି । ପରମ୍ପରାକୁ ବଜାଇ ରଖିବା ସହ ପୂଜାକୁ ସୁରୁଖୁରୁରେ ଶେଷ କରିବା ପାଇଁ ରାଜ୍ୟ ସରକାର କିଛିଟା ଗାଇଡ ଲାଇନ ଜାରି କରିଛନ୍ତି ।
ସେହିସବୁ ଗାଇଡଲାଇନ ଗୁଡକ ହେଲା-
– ମଣ୍ଡପଗୁଡିକରେ ପୂଜା କରିବା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ନେବାକୁ ହେବ ।
– ଜିଲ୍ଲାମାନଙ୍କରେ ପୂଜା କରିବା ପାଇଁ ଜିଲ୍ଲାପାଳ , ଟ୍ୱିନସିଟିରେ ପୁଲିସ କମିଶନଙ୍କ ଅନୁମତି ଆବଶ୍ୟକ ।
– ତେବେ କେବଳ ପରମ୍ପରାକୁ ବଜାଇ ରଖିବା ପାଇଁ ପୂଜା କରାଯାଇ ପାରିବ ।
– ମଣ୍ଡପ ଗୁଡିକର ମୂର୍ତ୍ତର ଉଚ୍ଚତା ୪ଫୁଟରୁ ଅଧିକ ହେବ ନାହିଁ । ଏହାସହ ମଣ୍ଡପରେ କର୍ତ୍ତାକୁ ଓ ବ୍ରାହ୍ମଣକୁ ମିଶାଇ ୭ଜଣ ଲୋକ ରହି ପାରିବେ ।
– ଅନ୍ୟପଟେ ପୂଜା ମଣ୍ଡପର ତିନି ପାଶ୍ୱର୍ ସଂପୂର୍ଣ୍ଣ ବନ୍ଦ ରହିବା ସହ ଚତୁର୍ଥ ପାଶ୍ୱର୍ ଆଶିଂକ ବନ୍ଦ ରହିବ । ଯେପରି ସାଧାରଣ ଲୋକ ପ୍ରତିମାର ଦର୍ଶନ କରିପାରିବେ ନାହିଁ ।
– ଚଳିତବର୍ଷ ମଣ୍ଡପଗୁଡିକରେ ସର୍ବସାଧାରଣ ଦର୍ଶନକୁ ବନ୍ଦ ରଖାଯିବ ।
– ଖାଲି ଏତିକି ନୁହେଁ ମଣ୍ଡପ ଗୁଡିକରେ ସାଧାରଣ ଲୋକଙ୍କୁ ପାଇଁ ଭୋଗ ବଣ୍ଟା ଯିବ ନାହିଁ କି ଗହଳୀ ହେବ ନାହିଁ ।
– ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ ସହ ମାସ୍କ ଆଦି ନିୟମକୁ ମାନିବେ ।
– ପ୍ରତିବର୍ଷ ହେଉଥିବା ସାସ୍କୃତିକ କାର୍ଯ୍ୟକ୍ରମକୁ ଚଳିତବର୍ଷ ବନ୍ଦ କରାଯାଇଛି ।
– ଏହା ବ୍ୟତିତ ଭସାଣି ଉତ୍ସବ ହେବନି, ବରଂ କୃତ୍ତିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ।
– ତେବେ ଯେଉଁମାନେ ଗାଇଡଲାଇନ ଭଙ୍ଗ କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଆଗକୁ ଆସୁଛି ପୂଜା , ସରକାର ଜାରି କଲେ ଗାଇଡଲାଇନ
Tags #AtrNews #Odisha