ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ । ଚଳିତ ବର୍ଷ ଯେଉଁ ସବୁ ସ୍କୁଲରେ ମାଟ୍ରିକ ରେଜଲ୍ଟ ଖରାପ ହୋଇଛି ସେ ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏମିତି ଏକ ନିର୍ଦେଶ ଦେଇଛନ୍ତି ରାଜ୍ୟସରକାର । ଯେଉଁ ସବୁ ସ୍କୁଲରେ ପରୀକ୍ଷାଫଳ ଖରାପ ହୋଇଛି ସେଇ ସବୁ ସ୍କୁଲର ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ଇନକ୍ରିମେଣ୍ଟ ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାର ନିର୍ଦେଶ ଦେଇଛନ୍ତି ।
ଚଳିତ ବର୍ଷ ଯେଉଁ ୮୨ ଟି ସ୍କୁଲରେ ପରୀକ୍ଷା ଫଳ ଶୂନ ହୋଇଥିଲା ସେହି ସବୁ ସ୍କୁଲ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସପ୍ତାହକ ମଧ୍ୟରେ ଏସବୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ସରକାରଙ୍କୁ ଅବଗତ କରିବା ନିମନ୍ତେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆ ଯାଇଥିଲା ।