ପାଟନା(ଏଟିଆର ବ୍ୟୁରୋ): ବିହାରର ମୂଖ୍ୟମନ୍ତ୍ରୀ ନୀତିଶ କୁମାର ସାର୍ବଜନିକ ଯାତ୍ରୀ ଗାଡିରେ ଅଶ୍ଳୀଳ ଗୀତ ବଜାଇଲେ ପରମିଟ ରଦ୍ଦ କରିଦିଆଯିବ ।ଏଣିକି ବସ୍,ଟ୍ରକ ଓ ଅଟୋ ଆଦି ଯାନରେ ଅଶ୍ଳୀଳ ଗୀତ ବଜାଇଲେ ଅବା ଭିଡିଓ ପ୍ରଦର୍ଶନ କଲେ ସମ୍ପୃକ୍ତ ଯାନ ଓ ମାଲିକଙ୍କ ପରିମିଟ ରଦ୍ଦ କରି ଦିଆଯିବ ।ଏନେଇ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ପରିବହନ ବିଭାଗର ନିର୍ଦ୍ଦେଶ ପରେ ବିହାରର ସମସ୍ତ ଜିଲ୍ଲାର ସଂଯୁକ୍ତ ଆୟୁକ୍ତ, ଜିଲ୍ଲା ପରିବହନ ପଦାଧିକାରୀ, ମୋଟରଯାନ ନିରୀକ୍ଷକ ଓ ପ୍ରବର୍ତନ ନିରୀକ୍ଷକଙ୍କୁ ପଠାଇ ଦିଆଯାଇଛି। ପର୍ବ-ପର୍ବାଣି, ବିଶେଷ କରି ହୋଲି ସମୟରେ ଅଶ୍ଳୀଳ ଗୀତ ଚଲାଯାଇଥାଏ। ପରିବହନ ବିଭାଗ ସବୁ ଜିଲ୍ଲାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ହୋଲି ସମୟରେ ଅଶ୍ଳୀଳ ଗୀତ ବଜଉଥିବାର ଅଧିକ ଅଭିଯୋଗ ହୋଇଛି। ସେଥିପାଇଁ ଠିକ ହୋଲି ପୂର୍ବରୁ ଏହି ଅଭିଯାନ ଆରମ୍ଭ କରି କଡାକଡି ଭାବେ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।
ଏହାସହ ମହିଳା କଲେଜ ଓ ସ୍କୁଲ ନିକଟରେ ମଧ୍ୟ ଅଶ୍ଳୀଳ ଗୀତ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି ବିଭାଗ କହିଛି।ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ବିଭିନ୍ନ ଜିଲ୍ଲାର ଏସପି,ପୋଲିସ ଅଧିକାରୀ,ପରିବହନ ଅଧିକାରୀ, ମୋଟର ଯାନ ନିରୀକ୍ଷକ ଆଦିଙ୍କୁ ନୋଟିସ ଜାରି କରାଯାଇଛି ।