ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ମୋଦି କହିଛନ୍ତି କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି । ବଜେଟ ଅଧିବେଶନକୁ ସୁରୁଖୁରୁରେ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି ।
ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ସଂସଦୀୟ ମନ୍ତ୍ରୀ ଅର୍ଜୁନ ମେଘାୱାଲ ଆଦି ପ୍ରମୁଖ ବ୍ୟକ୍ତି ବୈଠକରେ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧ କରିଛନ୍ତି ବିରୋଧୀ ଦଳ । ଏହି ବୈଠକରେ ସବୁ ବିରୋଧୀ ଦଳର ନେତା ସାମିଲ ଅଛନ୍ତି । କୃଷି ଆଇନକୁ ନେଇ ବିରୋଧୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର ।
ଜାନୁଆରୀ ୨୬ରେ ଚାଷୀମାନେ ଟ୍ରାକ୍ଟର ରାଲି କରୁଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ସ୍ଥିତିକୁ ଦେଖି ସରକାର ନିଜର ସ୍ଥଗିତ ପ୍ରସ୍ତାବକୁ ମଧ୍ୟ କାର୍ୟ୍ୟକାରୀ କରିବେ ନାହିଁ ବୋଲି କୁହାଯାଉଥିଲା।
ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ, ଶିବସେନାର ବିନାୟକ ରାଉତ ଓ ଅକାଳୀ ଦଳର ବଲୱିନ୍ଦର ସିଂହ ଭୁନ୍ଦେର ବିସ୍ତୃତ ଭାବେ ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ।