ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଟ୍ୱିନସିଟିରେ ମୋଟର ଯାନ ଅଧିନିୟମ ଅନୁଯାୟୀ କନେଷ୍ଟବଳ ଜାରିମାନା ଆଦାୟ କରିବେ । କେବଳ ଗୋଟିଏ ବର୍ଷ ପାଇଁ କଟକ ଓ ଭୁବନେଶ୍ୱରରେ ପାଇଲଟ ପ୍ରୋଜେକ୍ଟ ଭାବରେ ଏହା କାର୍ଯ୍ୟକ୍ଷମ ହେବ । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ମାମଲାର ଦାୟର କରିବାକୁ ରାଜ୍ୟସରକାର ସେମାନଙ୍କୁ କ୍ଷମତା କରିଛନ୍ତି ।
ଏହି ବ୍ୟବସ୍ଥାରୁ ସୁଫଳ ମିଳିବା ପରେ ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋବ ବୋଲି ରାଜ୍ୟ ସରକାର ସ୍ଥିର କରିଛନ୍ତି । କନେଷ୍ଟବଳଙ୍କୁ ଅନୁମତି ଦେବା ପାଇଁ କମିଶନରେଟ ପୋଲିସର ଏକ ପ୍ରସ୍ତାବକୁ ଅନୁମୋଦନ କରିଛି । ପୋଲିସ ଅଧିକାରୀ ଅଭାବ ହେଊଥିବା କାରଣରୁ ଏହି ନିୟମ କଡାକଡି ହୋଇପାରୁ ନାହିଁ ।
ଯେଉଁ ପୋଲିସ କନେଷ୍ଟବଳ ଗ୍ରାଜୁଏଟ ହୋଇଥିବେ ସେମାନଙ୍କୁ ଏହି କ୍ଷମତା ଦେବା ପାଇଁ କମିସନରେଟ ପୋଲିସ ଓ ସଡକ ପରିବହନ ବିଭାଗକୁ ସୁପାରିସ କରିଥିଲା । ସରକାର ଏହା ଉପରେ ମୋହର ମାରିବା ପରେ କଔକ ଓ ଭୁବନେଶ୍ୱର କମିସନରେଟ ପୋଲିସରେ କାର୍ଯ୍ୟରତ ଗ୍ରାଜୁଏଟ କନେଷ୍ଟବଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।
ତେବେ ଏହି ପ୍ରଶିକ୍ଷଣ ବିଭିନ୍ନ ଥାନା ଓ ଟ୍ରାଫିକ ଥାନାରେ କାର୍ଯ୍ୟକରୁଥିବା ଗ୍ରାଜୁଏଟ କନେଷ୍ଟବଳଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଦାୟିତ୍ୱ ଦିଆଯିବ ।