ଆନ୍ଦପୁର,(ଏଟିଆରବ୍ୟୁରୋ): ଅମାନୁଷିକ, ଅଭାବନୀୟ, ନୃଶଂସ ଓ ଜଘନ୍ୟ । ଯେତେ ଯାହା କହିଲେ ବି କମ ପଡିବ । କାରଣ ଘଟଣା ଏତେ ସଗିଂନ ଥିଲା ଯେ, କେବଳ ରାଜ୍ୟ କି’ ଦେଶ ନୁହେଁ ପୂରା ବିଶ୍ୱକୁ ଦୋହଲାଇ ଦେଇଥିଲା । ଆମେ କହୁଛୁ ସେହି କାଳ ରାତ୍ରୀର କଥା । ଯାହାକୁ ଇତିମଧ୍ୟରେ ୨୦ବର୍ଷ ପୂରି ଯାଇଛି । ତଥାପି ମନରୁ ଲିଭିପାରୁନାହିଁ ସେହି ଲୋମଟାଙ୍କୁରା କାହାଣୀ । ୧୯୯୯ ମସିହା ଜାନୁଆରୀ ୨୨ । ଠିକ ଏହିଦିନ ହିଁ ହତ୍ୟା କରାଯାଇଥିଲା ଅଷ୍ଟ୍ରେଲିଆର ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ୨ ନିରିହ ପିଲାଙ୍କୁ । ଏବେ ସେହି ଘଟଣାକୁ ନେଇ ଆମେରିକାରେ ତିଆରି ହେଉଛି ଏକ ଫିଲ୍ମ । ଆସନ୍ତା ଫ୍ରେବୁଆରୀ ୧ରେ ତାହା ରିଲିଜ ହେବ । ପରବର୍ତ୍ତୀ ସମୟରେ ଭାରତରେ ମଧ୍ୟ ଏହି ଫିଲ୍ମ ରିଲିଜ୍ ହେବାର ଥିବା ଜଣାପଡିଛି । ତେବେ ସେ ଯାହାହେଉ ଏହି ଫିଲ୍ମର ଟ୍ରେଲର ବି ଆସି ସାରିଛି ।
୨୨ ଜାନୁଆରୀ ୧୯୯୯…ରାତି ପ୍ରାୟ ୧୨ ଟା । ଆଜକୁ ଠିକ୍ ୨୦ବର୍ଷ ପୂର୍ବେ ଆନନ୍ଦପୁର ବ୍ଲକ ମନହୋରପୁର ଧର୍ମାନ୍ତୀକରଣ ଅଭିଯୋଗ ରେ ୫୦ରୁ ଅଧିକ ଲୋକେ ଅଷ୍ଟ୍ରେଲିଆ ର ଗ୍ରାହମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅ ୭ ବର୍ଷ ର ଫିଲିପ ଓ ୯ବର୍ଷ ର ପୁଅ ତିମୋତି କି
ଗାଡ଼ି ଭିତରେ ଜୀଅନ୍ତା ଜାଳି ହତ୍ୟା କରିଦେଲେ । ଏହି ଘଟଣା ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ହତ୍ୟାକାଣ୍ଡ ରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଏବେ ଆଜୀବନ କାରା ଦଣ୍ଡାଦେଶ ରେ ଜେଲ୍ ରେ ରହିଛି । ଗ୍ରାହମ୍ ଷ୍ଟେନ୍ସ ଭାରତ ଆସି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଆଦିବାସୀ ଅଧିଶ୍ୟୁତ ମନହୋରପୂର ଠାରେ କୃଷ୍ଠ ରୋଗୀଙ୍କ ସେବା କରିବା ସହ ସଚେତନତା ସୃଷ୍ଟି କରୁଥିଲେ । ଆଜି ବି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ବଳିଦାନ ଦିବସ ପାଳନ କରୁଛନ୍ତି ସ୍ଥାନୀୟ ଲୋକେ । ସେପଟେ
୨୦ବର୍ଷ ପରେ ଏହି ଘଟଣାକୁ ନେଇ ଇଂରାଜୀ ଭାଷା ରେ ଫିଲ୍ମ୍ “The Least Of These” ଆସନ୍ତା ଫେବୃଆରୀ ୧ ତାରିଖରେ ଆମେରିକାରେ ରିଲିଜ୍ ହେବ । ପରେ ଏହି ଫିଲ୍ମ୍ ଭାରତ ରେ ମଧ୍ୟ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି । ରିପୋର୍ଟ: ସୌମ୍ୟ ରଞ୍ଜନ ସାହୁ