ବାରିପଦା (ଏଟିଆର ବ୍ୟୁରୋ); ବ୍ୟାଙ୍କ ପଛପଟ ଝରକା ଭାଙ୍ଗି ଭିତକୁ ପଶିଲେ ଦୁର୍ବୃତ୍ତ । ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କୁ ବାନ୍ଧି ଲୁଟିନେଲେ ଟଙ୍କା । ତେବେ ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ । ସୁରକ୍ଷାକର୍ମୀ ଖବର ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟାଙ୍କରୁ କେତେ ଟଙ୍କା ଏବଂ କଣ ଯାଇଛି ତାହା ଏଯାବତ ଜଣା ପଡିନାହିଁ ।
ମିଳିଥିବା ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ମୟୂରଭଞ୍ଜ ସହରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କର ପଛପଟ ଝରକା ଭାଙ୍ଗି ପଶିଥିଲେ । ତେବେ ଡ୍ୟୁଟିରେ ଥିବା ଗାର୍ଡ ବିରୋଧ କରିବାରୁ ତାଙ୍କୁ ବାନ୍ଧି ଲୁଟି ନେଇଥିଲେ ଟଙ୍କା । ତେବେ ଗାର୍ଡଙ୍କ କହିବା ମୁତାବକ ଚୋରମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ । ଏଣୁ ଦୁର୍ବୃତ୍ତମାନେ ବାହାର ରାଜ୍ୟର ବୋଲି ଅନୁମାନ କରିଛି ପୋଲିସ । ପୋଲିସ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟଫିକ ଟିମ ଜରିଆରେ ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଲୋକ ବଡସାହି-ବାରିପଦା ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।