ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଟିକାକରଣ ନେଇ ଗାଇଡ ଲାଇନ ଜାରି କରିଛନ୍ତି ସରକାର ।ଗର୍ଭବତୀ ମହିଳା,ଗୁରୁତର ଅସୁସ୍ଥ,ମେଡିକାଲ ରେ ଆଡମିଟ ହୋଇଥିବା ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯିବ ନାହିଁ ବୋଲି କହିଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ । ୧୪ ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯିବ ନାହିଁ ।
ଟିକାକରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଥିବା ବେଳେ ରାଜ୍ୟରେ ୧୬୧ କେନ୍ଦ୍ରରେ ଟିକାକରଣ ହେବ । ଏଥି ସହିତ ୧୭ ବର୍ଷରୁ କମ ବୟସର ପିଲା ଓ ଗର୍ଭବତୀ ଥିବା ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ ନାହିଁ ।ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟୟରେ ୨ ଟି ଟିକା ଆସି ସାରିଛି ।
ପ୍ରତ୍ୟେକ ଟିକାକରଣରେ କେନ୍ଦ୍ରରେ ୧୦୦ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା । ରାଜ୍ୟକୁ କୋଭିସିଲ୍ଡର ୪ ଲକ୍ଷ ୮ ହଜାର ଡୋଜ ଆସିଛି । ଏଥିରୁ ଗୋଟେ ଶିରିଞ୍ଜରୁ ୧୦ ଟି ଡୋଜ ଦିଆଯାଇ ପାରିବ । କଟକ , ପୁରୀ, ନୟାଗଡ ସମେତ ଭ୍ୟାକ୍ସିନ ଅନ୍ୟ ଜିଲ୍ଲାକୁ ପଠାଯାଇଛି ।
ସବୁଠୁ ଅଧିକ ଟିକା କଟକ ଜିଲ୍ଲାରେ ଦିଆଯାଇଥିବା ବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଉରକେଲା ହସ୍ପିଟାଲ କୁ ମିଶାଇ ମୋଟ ୩୨ ଟି କେନ୍ଦ୍ରକୁ ଟିକା ପଠାଯାଇଛି । ରାଜ୍ୟରେ ମୋଟ ୧୬୦ ଟି ଟିକାକରଣ କେନ୍ଦ୍ର ସ୍ଥାପନ କରାଯାଇଛି ।