ମାଲକାନଗିରି (ଏଟିଆର ବ୍ୟୁରୋ): କରୋନା ପାଇଁ ରାଜ୍ୟର ସ୍ଥିତି ସଙ୍ଗୀନ ହେବାକୁ ଲାଗିଛି । ଏହିଭଳି ସମୟରେ ଏହି ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡିକର ସ୍ଥିତ ଗୁରୁତ୍ୱର ହେବାରେ ଲାଗିଛି । ଏହାକୁ ନଜରରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ଜିଲ୍ଲା ପାଇଁ ଗାଇଡଲାଇନମାନ ପ୍ରସ୍ତୁତ କରାଯାଇଛି ।
ତେବେ ଆଜି ମାଲକାନଗିରି ପୌରାଞ୍ଚଳରେ ଥିବା ସମସ୍ତ ଦୋକାନ ଗୁଡିକ ପାଇଁ ବିଭିନ୍ନ ଗାଇଡଲାଇନମାନ ଜାରି କରାଯାଇଛି । ଗାଇଡଲାଇନ ଅନୁଯାୟୀ ପୌରାଞ୍ଚଳରେ ଗୁଡଇକରେ ଥିବା ବିଭିନ୍ନ ଦୋକାନ ଗୁଡିକୁ A,B, C ବର୍ଗରେ ବିଭକ୍ତ କରାଯାଇଛି । ଏହି ବର୍ଗ ଫଳରେ ରାଜ୍ୟରେ ଥିବା ବିଭିନ୍ନ ଦୋକାନମାନ ଦିନେ ଛାଡି ଦିନେ ଖୋଲିବ ।
ଏହି କ୍ରମରେ ରାଜ୍ୟରେ ଥିବା ବିଭିନ୍ନ ଔଷଧ ଦୋକାନ ମାନକୁ A,B ବର୍ଗରେ ବିଭକ୍ତି କରାଯାଇଛି । ଯାହାଫଳରେ ଔଷଧ ଦୋକାନ ଗୁଡିକ ଦିନେ ଛାଡି ଦିନେ ଖୋଲିବା ସହ ସକାଳ ୭ଟାରୁ ଅପରାହ୍ନ ୩ଟା ଯାଏ ଖୋଲିବ । ଅନ୍ୟପଟେ ଅନ୍ୟାନ ଦୋକାନଗୁଡିକ ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ଖୋଲିବ । ଖାଲି ସେତିକି ନୁହେଁ ଯେଉଁ ଗ୍ରାହକ ବା ବ୍ୟବସାୟୀ କୋଭିଡ ନିୟମ ପାଳନ କରୁନଥିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ପ୍ରସାଶନ ପକ୍ଷରୁ ଚେତାବନି ପ୍ରଦାନ କରାଯାଇଛି ।
ମାଲକାନଗିରି ପାଇଁ ଜାରି ହେଲା ଗାଇଡଲାଇନ
Tags #AtrNews #Odisha