ଅହମ୍ମଦାବାଦ(ଏଟିଆର ବ୍ୟୁରୋ): ରିଲାଏନସ୍ ଇଣ୍ଡଷ୍ଟ୍ରିଜ ଗୁଜୁରାଟର ଜାମନଗରରେ ତିଆରି ହେବ ବିଶ୍ୱର ସବୁଠାରୁ ବଡ ଚିଡିଆଖାନା ।ଏହି ଚିଡିଆଖାନାରେ ୧୦୦ ରୁ ଅଧିକ ପଶୁପକ୍ଷୀଙ୍କ ସମେତ ବିଭିନ୍ନ ପ୍ରଜାତିର ସରୀସୃପ ମାନଙ୍କୁ ଦେଖିବାକୁ ମିଳିବ ।
ରିଲାଏନ୍ସ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ନିର୍ମିତ ଏହି ଚିଡିଆଖାନା ୨୮୦ ଏକର ପରିମିତ ଜମିରେ ନିର୍ମାଣ କରାଯିବ । ଏହା ଜାମନଗର ନିକଟ ମୋତି ଖାୱଡିରେ ଥିବା ବିଶ୍ୱର ବୃହତମ ତୈଳ ଶୋଧନ ନିକଟରେ ଅବସ୍ଥିତ ।
କୋଭିଡ ୧୯ କାରଣରୁ ଯଦି କୈାଣସି ପ୍ରତିବନ୍ଧକ ନ ରୁହେ ତେବେ ଏହି ଚିଡିଆଖାନା ଟି ଆସନ୍ତା ୨ ବର୍ଷ ମଧ୍ୟରେ ସର୍ବସାଧାରଣ ଲୋକଙ୍କ ପାଇଁ ଖୋଲାରହିବ । ସରକାରଙ୍କ ତରଫରୁ ଏହି ଚିଡିଆଡଖାନା ପାଇଁ ସମସ୍ତ ପ୍ରକାର ଅନୁମତି ମିଳିସାରିଛି ।
ଚିଡିଆଖାନାରେ ଫ୍ରଗ୍ ହାଉସ୍, ଇନସେକ୍ଟ ଲାଇଫ୍, ଡ୍ରାଗନ୍ସ ଲ୍ୟାଣ୍ଡ୍, ଏକଜୋଟିକ୍ ଆଇସଲ୍ୟାଣ୍ଡ ଆଦି ରହିବ ।ବାର୍କିଂ ଡିଅର , ଭାଲୁ , ସିଂହ, ଚିତା, ହାତୀ, ଜାଗୁଆର , ଜିରାଫ, ଆଫ୍ରିକାନ ଲାୟନ ଆଦିଙ୍କୁ ଦେଖିବାକୁ ମିଳିବ ।