ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦକ୍ଷିଣ କାଶ୍ମୀର ଶୋପିଆ ଜିଲ୍ଲା ଅନ୍ତର୍ଗତ ବଡିଗାମ୍ ଗାଁରେ ନିରାପତ୍ତା ବଳ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ସମୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।ଏହି ଏନକାଉଣ୍ଟର ସମୟରେ ଜଣେ ଏସ୍ପିଓ ଯବାନ ସହିଦ ହୋଇଛନ୍ତି । ନିହ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି ।
ଏହି ଏନକାଉଣ୍ଟରରେ ସେନା ଓ ପୋଲିସ ଯୁଗ୍ମ ଭାବରେ ଆତଙ୍କବାଦୀ ବିପକ୍ଷରେ ପଦକ୍ଷେପ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ବଡ଼ିଗାମ୍ରେ ପୁଲିସ, ସେନା ଓ ସିଆର୍ପିଏଫ୍ର ମିଳିତ ଟିମ୍ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ।
ଜମ୍ମୁ-କାଶ୍ମୀର ସୁରକ୍ଷାବଳ ପକ୍ଷରୁ ଏହି ଅପରେସନ ହୋଇଥିଲା । ଯେଉଁଥିରେ ୨ ଜଣ ଆତଙ୍କବାଦୀ ଏକେ-୪୭ ରାଇଫଲ ସହ ଆତ୍ମସମର୍ପଣ କରିଥିଲେ ।ସୁରକ୍ଷାକର୍ମୀ ଓ ଯବାନମାନେ ପୁରା ଅଂଚଳକୁ ଘେରି ଅଭିଯାନ କରିଥିଲେ । ୟୁରୋପୀୟ ଦେଶ ଓ ଇସଲାମିକ ସହଯୋଗ ସଂଗଠନର କିଛି ସଦସ୍ୟ ଜମ୍ମୁ କାଶ୍ମୀର ଗସ୍ତ କରିବା ପରେ ଏହି ଏନକାଉଣ୍ଟର ହୋଇଛି ।