ପୁରୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ପବିତ୍ର କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ ହୋଇଛି । ହବିଷ୍ୟାଳିଙ୍କ ପାଇଁ ଶିବିର ଲାଗି ବ୍ୟବସ୍ଥାମାନ କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ରାଇଦାମୋଦର ବ୍ରତ ପାଳନର ବ୍ୟବସ୍ଥା କରାଯାଇଥିବା ବେଳେ ହବିଷ୍ୟାଳି ମାନଙ୍କର ରହଣୀ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ, କିର୍ତ୍ତନ ଆଦିର ବ୍ୟବସ୍ଥା କରାଯାଇଛି ।
ଆଗ୍ରହୀ ହବିଷ୍ୟାଳୀମାନେ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତା ୧୩ ତାରିଖରୁ ସେପ୍ଟମ୍ବର ୨୯ ତାରିଖ ମଧ୍ୟରେ ପଞ୍ଜିକରଣ କରିପାରିବେ । ଏହାସହିତ ହ୍ୱାଟ୍ସଆପ ନଂ ୯୪୩୭୩୩୩୮୨୩ ରେ ପଞ୍ଜିକରଣ ମଧ୍ୟ କରିପାରିବେ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।