ବରଗଡ (ଏଟିଆର ବ୍ୟୁରୋ); ଗତକାଲି ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ଏହି ରଥଯାତ୍ରା ଅବସରରେ ଘେଁସ୍ ସ୍ଥିତ ବାସଭବନରେ ଘୁନୁନି ବିକିଥିଲେ ପଦ୍ମଶ୍ରୀ ବିଜେତା ଶ୍ରୀ ହଳଧର ନାଗ । ହଳଧରଙ୍କ ସୁଦାଦିଆ ଘୁଗୁନି ଖାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ହଳଧର ପାଖାପାଖି ୪ହଜାର ଟଙ୍କା ଇନକମ କରିଥିବା ଜଣା ପଡିଛି । ତେବେ ତାଙ୍କ ନିଜ ହାତ ତିଆରି ଘୁଘୁନି ସମସ୍ତଙ୍କୁ ସୁଆଦ ଲାଗିଛି ବୋଲିସ ଗ୍ରାହାକମାନେ କହିଛନ୍ତି ।
ପଦ୍ମଶ୍ରୀ ଶ୍ରୀ ନାଗ ପୂର୍ବରୁ ମଧ୍ୟ ଏହି ଘୁଘୁନି ବ୍ୟବସାୟ କରୁଥିଲେ । ଏହି ବେପାରରୁ ହିଁ ତାଙ୍କ ପରିବାର ଚଳୁଛି । କିନ୍ତୁ ଏବେ ବିଭିନ୍ନ ସଭାସମିତି, କବି ସମ୍ମିଳନୀରେ ବ୍ୟସ୍ତତା ଯୋଗୁଁ ଶ୍ରୀ ନାଗ ନିୟମିତ ଏହି ଚଣା ଝୋଳ ବିକ୍ରି କରୁନାହାନ୍ତି। କିନ୍ତୁ ରଥଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରା ବେଳେ ଲୋକଙ୍କ ଆଗ୍ରହ ଏବଂ ପସନ୍ଦକୁ ସମ୍ମାନ ଜଣାଇ ଚଣା ତରକାରୀ ବିକ୍ରି କରିଥାନ୍ତି।
ହଳଧରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଘୁଘୁନି ସମ୍ପୂଣ୍ଣ ଦେଶୀ । ସେ ଏହି ଘୁଘୁନି ବଟା ମସଲା ଏବଂ ହଳଦି ବ୍ୟବହାର କରିଥାନ୍ତି । ତେବେ ଏହା ସମସ୍ତଙ୍କ ମନ ଜିଣିଛି । ଯେଉଁ କାରଣରୁ ସେ ଯେବେ ବି ଦୋକାନ ଖୋଲନ୍ତି ଗ୍ରାହାକଙ୍କ ଭିଡ ଜମିଥାଏ । ଗତକାଲି ସେ ରଥଯାତ୍ରା ଅବସରରେ ୧୫ କିଲୋ ମଟର ବୁତୁରେଇଥିଲେ । ସବୁ ସରିଯାଇଛି । ଆହୁରି ମଧ୍ୟ ଖାଇବା ପାଇଁ ଗ୍ରାହାକମାନେ ମନ ବଳାଇଥିଲେ । କିନ୍ତୁ ଶେଷ ହୋଇଯାଇଥିବାରୁ ନିରାଶ ହୋଇ ଫେରି ଯାଇଥିଲେ ।