ଅନୁଗୋଳ (ଏଟିଆର ବ୍ୟୁରୋ); ବିଲରୁ ଉଦ୍ଧାର କରାଗଲା ଅର୍ଦ୍ଧଦଗ୍ଧ ମୃତ ଦେହ । ମୃତକ ହେଲେ ଝରୀଆ ମାଝୀ । ତାଙ୍କ ଘର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅନ୍ତର୍ଗତ ମାଛକୁଟା ଗାଁରେ । ସେ ଜଣେ ଶିକ୍ଷକ ବୋଲି ଜଣାପଡିଛି । ମାଛକୁଟା ବାଳକ ଉଚ୍ଚ ବିଦ୍ୟାଳୟରେ ସେ ଶିକ୍ଷକତା କରୁଥିଲେ । ତେବେ ିଲରୁ ତାଙ୍କ ମୃତ ଦେହ ମିଳିବା ପରେ ସନ୍ଦେହ ଘେରରେ ରହିଛି ତାଙ୍କ ମୃତ୍ୟୁ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଠ ହୋଇ ନାହିଁ । ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ ସୋମବାର ସକାଳୁ ବିଲରେ ଝରିଆଙ୍କ ମୃତ ଦେହ ଦେଖିବା ପରେ ସ୍ଥାନୀୟ ଲୋକ ଭୟ କରି ଯାଇଥିଲେ । ତେବେ ସେ ମାନସିକ ରୋଗରେ ଆକ୍ରାନ୍ତ ଥିଲେ ବୋଲି ପରିବାର ଲୋକ କହିଛନ୍ତି । ଏଣୁ ସେ ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆଶା କରାଯାଉଛି । ସେପଟେ କେହି କେହି ଏହାକୁ ହତ୍ୟାର ରୂପ ଦେଇଛନ୍ତି । କାରଣ ସେ ଘର ଛାଡି ବାହାରେ କାହିଁକି ହତ୍ୟା କଲେ ବୋଲି ପ୍ରଶ୍ନ କରିଛନ୍ତି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ସନ୍ଦେହ ଦୂର ହେବ ବୋଲି ସୂଚନା ଦେଇଛି ପୋଲିସ ।