ଭୁବନେଶ୍ୱର,(ଏଟିଆରବ୍ୟୁରୋ): ପ୍ରଭୂ ହନୁମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ସେ କହିଛନ୍ତି ହନୁମାନ ଜନଜାତି ସମ୍ପ୍ରଦାୟର । ତେବେ ବସନ୍ତ ପଣ୍ଡାଙ୍କ ଏଭଳି କଥାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି ।
ସିଧା କହିବାକୁ ଗଲେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ବସନ୍ତ ପଣ୍ଡା । କେବଳ ବସନ୍ତ କାହିଁକି ପୂର୍ବରୁ ପ୍ରଭୂ ହନୁମାନଙ୍କୁ ନେଇ ମଧ୍ୟ ବିବାଦ ଘେରକୁ ଆସିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜସ୍ଥାନ ନିର୍ବାଚନ ବେଳେ ହନୁମାନ ଜଙ୍ଗଲରେ ରହୁଥିଲେ ତେଣୁ ସେ ଦଳିତ ବୋଲି ଯୋଗୀ କହିଥିଲେ । ସେହିପରି ହନୁମାନଙ୍କୁ ମୁସିଲ କହି କିଛି କମ ଚର୍ଚ୍ଚାକୁ ଆସିନଥିଲେ ଉତ୍ତରପ୍ରଦେଶ ବିଧାୟକ ବୁକ୍କୁଲ ନବାବ ।
ସେହିପରି ଉତ୍ତରପ୍ରଦେଶ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ସିଂହ ହନୁମାନଙ୍କୁ ଜାଠ ବୋଲି କହିଥିଲେ । ତେବେ ଏସବୁକୁ ଦେଖିଲେ ଲାଗୁଛି ପ୍ରଭୁଙ୍କୁ ନେଇ ରାଜନୀତି ଚାଲୁଛି । ସେପଟେ ନେତାମାନଙ୍କ ଏଭଳି ମନ୍ତବ୍ୟ ହନୁମାନ ପ୍ରେମୀଙ୍କୁ ବେଶ ଶକ୍ତ ଧକ୍କା ଦେଇଛି ।