ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଅଭିନେତା ଇମ୍ରାନ ହାସମି ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦୦୪ରେ ଫିଲ୍ମ ମର୍ଡର ରୁ ନିଜର ପରିଚୟ ସୃଷ୍ଟି କରିଥିଲେ । ଏହି ଫିଲ୍ମଠାରୁ ଇମ୍ରାନ ବଲିଉଡରେ ‘କିଲର କିସର’ଏବଂ ‘ସିରିଏଲ କିସର’ ଭାବେ ଫେମସ୍ ହୋଇଯାଇଥିଲେ ।କିନ୍ତୁ ଏବେ କିସିଂ ସିନ କରିବା ପାଇଁ ହଠାତ୍ ମନା କରି ଦେଇଛନ୍ତ ବଲିଉଡର ସିରିଏଲ କିଲର ।
ଫିଲ୍ମ ବ୍ୟତୀତ ଇମ୍ରାନ ତାଙ୍କ ବାସ୍ତବ ଜୀବନରେ ବହୁତ ସୁନ୍ଦର । ଇମ୍ରାନ ତାଙ୍କ ପତ୍ନୀ ପରଭିନ୍ ସାହନି ଏବଂ ପୁଅକୁ ଖୁବ୍ ଭଲ ପାଆନ୍ତି । ଇମ୍ରାନ ୨୦୦୨ ମସିହାରେ ଫରାଜ’ ଫିଲ୍ମରୁ ସହକାରୀ ନିର୍ଦ୍ଦେଶକ ରୂପେ କାମ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ୨୦୦୩ରେ ସେ ଫଫୁଟପାଥ’ ଚଳଚ୍ଚିତ୍ରରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ମର୍ଡର, ଜହର, ଆଶିକ୍ ବନାୟା ଆପେନ୍, ଚକୋଲେଟ୍, କଲୟୁଗ୍, ଗ୍ୟାଙ୍ଗଷ୍ଟର, ଅକ୍ସର, ଗୁଡ୍ ବୟ ବେଡ୍ ବୟ, ଆୱାରାପନ୍, ଦି ଟ୍ରେନ୍, ରାଜ, ଜନ୍ନାତ୍, କ୍ରୁକ୍, ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ, ମର୍ଡର, ମର୍ଡର-୨, ଜନ୍ନତ-୨ ଏବଂ ଦ ଡାର୍ଟି ପିକ୍ଚର ଭଳି ଅନେକ ଫିଲ୍ମରେ କାମ କରି ବି-ଟାଉନ୍ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଇମ୍ରାନ ୧୯୭୯ ମାର୍ଚ୍ଚ ୨୪ ରେ ମୁମ୍ବାଇ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଦୱର ହାସିମ ଏବଂ ତାଙ୍କ ମାତାଙ୍କ ନାମ ମାହିର ହାସିମ ।ଅଭିନୟ ପାଇଁ ସେ ତିନିଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି । ଇମ୍ରାନ ୧୮ ବର୍ଷ ମଧ୍ୟରେ ପ୍ରାୟ ୪୦ ଟି ଫିଲ୍ମରେ ଅଭିନୟ କରୁଛନ୍ତି ।