ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସ୍ଥାନୀୟ ୟୂନିଟ-୧ର ମହାଦେବ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ପାର୍ବତୀଙ୍କ ସହ ସଂହାର କର୍ତ୍ତା ହର ହର ମହାଦେବ ଶିବ । ଯାହାକି ଭକ୍ତ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହାକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ ।
ଭକ୍ତମାନେ ଦଶହରାରେ ସବୁ ମଣ୍ଡପରେ ଜଗତ ଜନନୀ ମା ଦୁର୍ଗାଙ୍କୁ ଦର୍ଶନ କରିଆସିଥାନ୍ତି । ମାତ୍ର ଏଠାରେ ଉଭୟ ହରପାର୍ବତୀଙ୍କ ଯୁଗଳ ମୂର୍ତ୍ତିକୁ ଦେଖିବା ପରେ ଆସିଥାଏ ଅପୂର୍ବ ଆନନ୍ଦ । ଏବଂ ଭକ୍ତମାନେ ବୁଲି ବୁଲି ହାଲିଆ ହୋଇ ଆସିଥିଲେ ମଧ୍ୟ ଏଠାକୁ ଆସିବା ପରେ ଭୁଲେଇ ଦେଇଥାଏ ସବୁ ଦୁଃଖ କଷ୍ଟକୁ । ଏଣୁ ଏହି ମଣ୍ଡପର ଚେଷ୍ଟା ଏବଂ ନିଆରା ପ୍ରୟାସକୁ ପସନ୍ଦ କରିଛନ୍ତି ଦେଖିବା ପାଇଁ ଆସୁଥିବା ଭକ୍ତମାନେ ।
ରିପୋର୍ଟ ; ଗୁଣନିଧି ବେହେରା