ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲକଡାଉନ ଅବଧି ବଢାଇବାର ନିଷ୍ପତି ନେଇଛନ୍ତି ହରିୟାଣା ସରକାର । ରାଜ୍ୟରେ ୭ ଜୁନ୍ ପର୍ଯ୍ୟନ୍ତ ଜାରି ରହିବ ଲକଡାଉନ ।
ଲକଡାଉନ ସମୟରେ ରାଜ୍ୟରେ ସକାଳ ୯ଟାରୁ ୩ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଅବଶ୍ୟ ଦୋକାନୀମାନେ ଅଡ-ଇଭନ୍ ଫର୍ମୁଲା ପାଳନ କରିବେ ।
ସେହିପରି ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍ ୧୫ ଯାଏ ବନ୍ଦ ରହିବ । ଏହାସହିତ ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସୂଚନା ଦେଇଛନ୍ତି ।