ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଭ୍ୟନ୍ତରିଣ ଓଡିଶାରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଯାହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଅନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଆଜି ମହାନବମୀ ଓ କାଲି ଦଶହରା ହୋଇଥିବାରୁ ବର୍ଷାକୁ ନେଇ ଏବେ ସାଧାରଣ ଲୋକେ ଚିନ୍ତାରେ ।
ଏହି ଦୁଇଦିନ ଦଶହରାର ପ୍ରମୁଖ ଦିନ ହୋଇଥିବାରୁ ଏହି ଦୁଇଦିନ ଭିତରେ ବର୍ଷା ହେଲେ ପୁରା ଦଶହରା ଏକ ପ୍ରକାର ଫିକା ପଡିଯିବ । ଆଜି ଅପରାହ୍ନରେ କେତେକ ସ୍ଥାନରେ ବର୍ଷା ହୋଇପାରେ । ଆଜି ସକାଳୁ ଭୁବନେଶ୍ୱର କଟକ ସମେତ ଉପକୂଳ ଓଡିଶାରେ ପାଗ ଶୁଖିଲା ରହିଛି । ସୂଚନାଯୋଗ୍ୟ ଜୁନ ୧ ଠାରୁ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ରାଜ୍ୟରେ ୯.୯ପ୍ରତିଶତ ଅଧିକ ବର୍ଷା ହୋଇଛି ।