ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଗତ ସପ୍ତାହେ ହେଲା ଲଗାଣ ବର୍ଷା ଲାଗି ରହିଛି । ଯାହାକୁ ନେଇ ତିନିଦିନ ହେଲା ଘରୁ ଲୋକ ଗୋଡ କାଢି ପାରୁ ନାହାନ୍ତି । ତେବେ ଗତକାଲି ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ଝିପି ଝିପି ବର୍ଷା ଲାଗିୂ ରହିଥିଲା । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୭ ଓ ୨୮ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଉଛି ।
କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବୌଦ୍ଧ, ପୁରୀ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ବର୍ଷାର ପରିମାଣ ବଢିବା ହେତୁ କେତେକ ନଦୀରେ ଏବେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ସେହଭଳି ଲାଗାଣ ବର୍ଷା ଲାଗି ରହିବାରୁ ଧାନ କ୍ଷେତରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପାଗ ଆସନ୍ତା ୩୦ ତାରିଖ ବେଳକୁ ସାମାନ୍ୟ ରହିବ ପରେ ପୁଣି ଅକ୍ଟୋବର ୧ ତାରିଖ ଠାରୁ ବର୍ଷାର ପରିମାଣ ବଢିବ ।