ଭୁବନେଶ୍ୱର( ଏଟିଆର ବ୍ୟୁରୋ): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ଲାଗି ରହିଛି । ଗତ ୧ ସପ୍ତାହରୁ ଅଧିକ ଦିନ ହେଲାଣି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଯାହା ଫଳରେ ଧନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ପଡିଲାଣି । ଗତକାଲି କଥାକୁ ଯଦି ଦେଖିବା ଗତକାଲି ସକାଳ ୯ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା । ରାତିରେ ପାଗ ସାମାନ୍ୟ ରହିଥିଲେ ମଧ୍ୟ ସକାଳୁ ପାଗ ମେଘୁଆ ରହିଛି ।
ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ଅନୁମାନ କରିଛି ପାଣପାଗ ବିଭାଗ । ସୂଚନା ଅନୁସାରେ ଉତ୍ତର ପ୍ରଦେଶରୁ ବିହାର ପର୍ଯ୍ୟନ୍ତ ଏକ ଟ୍ରମ୍ପ ଲାଇନ ରହିିଛି ଯାହାର ପ୍ରଭାବରେ ବର୍ଷା ହେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ଢ଼େଙ୍କାନାଳ, ମୟୁରଭଞ୍ଜ, କଟକ, ବାଲେଶ୍ୱର, ଖୋର୍ଦ୍ଧା ଓ ଯାଜପୁର ରହିଛି । ତେବେ ଆସନ୍ତା କାଲି ଠାରୁ ପାଗରେ ପରି ବର୍ତ୍ତନ ଆସିବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ,ହି ସମୟ ମଧ୍ୟରେ ମତ୍ସ୍ୟଜୀବି ମାନେ ସମୁଦ୍ର ମଧ୍ୟକୁ ନଯିବାକୁ ସୂଚନା ରହିଛି ।