କଟକ(ଏଟିଆର ବ୍ୟୁରୋ):ଜୁନ ୨୩ ତାରିଖ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣୀ କରି ହାଇକୋର୍ଟ ଏଭଲି ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ କରୋନା ମାହାମାରୀ ପାଇଁ କିଛି ଦିନ ଡେରିରେ ରଥ କାମ ନିର୍ମାଣ ଆରମ୍ଭ କରାଯାଇଛି । ପ୍ରତେକ ବର୍ଷ ଅକ୍ଷୟ ତୃତୀୟା ଦିନ ଠାରୁ ରଥ ନିର୍ମାଣ କାମ ଆରମ୍ଭ କରାଯାଇଥାଏ । ତେବେ ଚଳିତ ବର୍ଷ ଏହା ୧୩ ଦିନ ଡେରିରେ ଆରମ୍ଭ କରାଯାଇଛି । ଗତ ୮ ତାରିଖରେ ରଥ ନିର୍ମାଣ କାମ ଆରମ୍ଭ କରାଯାଇଛି ।
ରଥ ନିର୍ମାଣ କାର୍ଯ୍ୟକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁମତି ମଗାଯାଇଥିଲା । ଏହା ପରେ କେନ୍ଦ୍ର ସରକାର ରଥ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହା ସହ ରଥ ନିର୍ମାଣ କାମ ବେଲେ ମହାରଣା ଓ ସେବାୟତ ମାନେ କୋଭିଡ ନିୟମ ଗୁଡିକ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ପାଇବା ପରେ ଏକ ଯୁଦ୍ଧ କାଳୀନ ପରିସ୍ଥିତିରେ ମହାରଣା ମାନେ ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି ।