ଭବାନୀପାଟଣା (ଏଟିଆର ବ୍ୟୁରୋ); ଗୁରୁଙ୍କୁ ବ୍ରହ୍ମା,ବିଶୁନୁ ଏବଂ ମହେଶ୍ୱରଙ୍କ ସହ ତୁଳନା କରାଯାଇଥାଏ । ଗୁରୁ ଅନ୍ଧକାରରୁ ଆଲୋକ ଦେଖାଇଥାନ୍ତି । ମାତ୍ର ଏହି ଗୁରୁ ଅନ୍ଧକାରରେ କୁକର୍ମ କରିବେ ତାହା କେବେ ଆଶା କରାଯାଇନଥିଲା । ଦେହର ଭୋକ ଆଗରେ ବାଦ ପଡିନାହାଁନ୍ତି ନବମ ଶ୍ରେଣୀ ଛାତ୍ରୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ତେବେ ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ର ସିରିମସ୍କା ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଜଣକ ହେଲେ ବାଳକୃଷ୍ଣ ମହାପାତ୍ର ।
ଅଭିଯୋଗ ଅନୁଯାୟୀ ଗତ ବର୍ଷ ଗଣେଷ ପୂଜାରେ ବାଳକୃଷ୍ଣ ଛାତ୍ରୀଙ୍କୁ ବିଦ୍ୟାଳୟର ଏକ ଶ୍ରେଣୀରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ତେବେ ନାବାଳିକା ଜଣକ ପ୍ରତିବାଦ କରିବାରୁ ପ୍ରଧାନ ଶିକ୍ଷକ ତାଙ୍କୁ ଧମକ ଦେଇଥିଲେ । ଛାତ୍ରୀ ଜଣକ ନବମ ଶ୍ରେଣୀରେ ପଢ଼ୁଥିବାରୁ ଆଗମୀ ବର୍ଷ ମାଟ୍ରିକ ପରୀକ୍ଷା ଦେବେ । ଏଣୁ ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ଭୟ ଦେଖାଇ ଦେଇଥିଲେ କି ଯଦି ଏହି ଘଟଣା କାହା ଆଗରେ କହିବୁ ତେବେ ମେଟ୍ରିକ ପରୀକ୍ଷା ଦେଇପାରିବୁନି ।
ଏହି ଭୟରେ ଛାତ୍ରୀ ଏତେଦିନ ବିତିଯାଇଥିଲେ ମଧ୍ୟ କାହାକୁ କିଛି କହିନଥିଲେ । ନିଜ ପ୍ରତି ହୋଇଥିବା ଅତ୍ୟାଚାରକୁ ସାମ୍ନା କରିବାକୁ ଯାଇ ଶେଷରେ ସାହସ କରି ଜିଲ୍ଲାପାଳଙ୍କ ଆଗରେ ଫେରାଦ ଦେଇଛନ୍ତି । ଏହି ଅଭିଯୋଗ ପୋଲିସରେ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି। ତେବେ ସେ ଫେରାର ଅଛନ୍ତି। ତାଙ୍କୁ ଗିରଫ କରାଯାଇ ପାରିନି।