ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରଧାନଶିକ୍ଷୟତ୍ରୀ କ୍ଲାସ କରୁନାହାନ୍ତି । ସ୍କୁଲ ସମୟରେ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଏଣିକି ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୈନିକ ଅତି କମ୍ରେ ଦୁଇଟି ଲେଖାଏଁ କ୍ଲାସ ନେବେ। କ୍ଲାସରୁମ୍ରେ ପିଲାଙ୍କୁ ଶିକ୍ଷାଦାନ କରିବେ। ଏଥିସହ ଅନ୍ୟାନ୍ୟ ଶିକ୍ଷକମାନେ ଠିକ୍ ଭାବେ କ୍ଲାସ କରୁଛନ୍ତି କି ନାହିଁ, ତାହାର ତଦାରଖ କରିବେ।
ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଏଭଳି କିଛି ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ପାଇଛନ୍ତି। ଏନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଧାନଶିକ୍ଷକମାନେ ବାଧ୍ୟତାମୂଳକ କ୍ଲାସ କରିବାକୁ କହିଛନ୍ତି।ବିଭାଗର ଅତିରିକ୍ତ ସଚିବ ଆଲୋକ କୁମାର କର ଏକ ଚିଠିରେ ଜିଳ୍ଲାରେ ଶିକ୍ଷା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଯେତେଶୀଘ୍ର ସମ୍ଭବ ଏ ଦିଗରେ ପଦକ୍ଷେପ ନେବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।